ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ, ଦୋହେଲପଡା, ସରଧାପୁର ପଂଚାୟତର ବିଭିନ୍ନ ଗ୍ରାମରେ ବାରହା ଉପଦ୍ରବ ଲାଗି ରହିଛି । ଫଳରେ ଧାନଫସଲରେ ବ୍ୟାପକ କ୍ଷତି ହେଉଥିବା ବେଳେ ଏହି ପଳ ଆସି ଧାନ ଫସଳକୁ ଖାଇ ଦଳି ମକଟି ଦେଇ ନଷ୍ଟ କରି ଦେଉଛି । ବଙ୍କାପୁର, ଦୋହେଲପଡା, ଚାନ୍ଦେଲ, ବହଲପଦର, ଚାନ୍ଦଗିରି, ଆର୍ତତ୍ରାଣପୁର, ଖାସବାହାଲ, ଚଚରାଭଟା ସହ ଅନ୍ୟାନ୍ୟ ଗ୍ରାମରେ ଏହି ବାରହା ପଳ ଗତ ୧ ମାସରୁ ଅଧିକ ଦିନ ହେବ ଉତ୍ପାତ କରୁଥିବା ବେଳେ ବନ ବିଭାଗ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଯାହାଫଳରେ ଚାଷି ବ୍ୟାପକ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଅଭିଯୋଗ କରିଛନ୍ତି । ଗତ ୧୦ ତାରିଖ ଦିନ ଏକ ବାରହା ପଳ ବଙ୍କାପୁର ଗ୍ରାମର ୩ ଜଣକୁ ଆକ୍ରମଣ ମଧ୍ୟ କରିଥିଲା । ଜିଲ୍ଲା ପ୍ରଶାସନ ଏକ ସର୍ଭେ କରି ଚାଷିଙ୍କୁ ଉଚିତ ପାରିଶ୍ରମିକ ଦେବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୪ ବର୍ଷ ନୂଆପଡା ଜିଲ୍ଲା ସହ ଖଡିଆଳ ବ୍ଲକରେ କରାଳ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ଚଳିତ ବର୍ଷ କିଛିକାଂଶରେ ଚାଷ ଭଳ ହୋଇଥିବା ବେଳେ ରୋକପୋକ, ବାରହା ଉପଦ୍ରବ ଚାଷିଙ୍କ ମୁଣ୍ଡରେ ଚଡକ ପକାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷୟକ୍ଷତି ପ୍ରଦାନ କରିବା ବ୍ୟବସ୍ଥା କରିବା ସହ ବନବିଭାଗ ବାରହା ପଳକୁ ଘଉଡାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।