ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ଓଡିଶା ଗସ୍ତରେ ଆସି ପହଂଚିଛନ୍ତି । ସେ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ । ଆଜି ସକାଳେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ି ଥିଲେ । ଏହି ଅବସରରେ ତାଙ୍କୁ ସେଠାରେ ପରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ଏହା ପରେ ସେ ଢେଙ୍କାନାଳ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ।
ଢ଼େଙ୍କାନାଳ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ଏବଂ ଢ଼େଙ୍କନାଳର ଶଙ୍କରପୁର ସମେତ ଅନେକ ସ୍ଥାନରେ ଦଳର କାର୍ଯ୍ୟକର୍ତାମାନେ ତାଙ୍କୁ ସ୍ୱାଗତ କରିଥିଲେ । । ପ୍ରଥମେ ମନ୍ତ୍ରୀ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ପଂଚାୟତ ବୁଲି ଦେଖିବେ ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ସପ୍ତଶଯ୍ୟା ଗ୍ରାମପଂଚାୟତ ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ପରେ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ପିଲାମାନଙ୍କ ସହ ଆଲୋଚନା କରିବେ ।
ପରେ ଢେଙ୍କାନାଳ ସରକାରୀ ଆଇଟିଆଇ ପରିଦର୍ଶନ କରିବେ । ଅପରାହ୍ନ ୪ଟା ସମୟରେ ଦଳୀୟ ବିଜେପି କାର୍ଯ୍ୟାଳୟ ଥରେ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।