
ବଲାଙ୍ଗୀର ,ଲୋଇସିଂହା ବସଷ୍ଟାଣ୍ଡ ସମ୍ମୁଖରେ ବିଜେପି ପକ୍ଷରୁ ଆଜି ଦୁଇ ଘଣ୍ଟିଆ ରାସ୍ତାରୋକ କରାଯାଇଛି l ଗତକାଲି ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଦୁଇଜଣ ଦୁର୍ବୁତ୍ତ ଆକ୍ରମଣ କରିଥିଲେ l ଏଥିରେ ବିଧାୟକଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭର ଗୁରୁତର ହେବାରୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବଲାଙ୍ଗୀର ମେଡିକାଲକୁ ସ୍ତାନାନ୍ତରଣ କରାଯାଇଛି l ଦିନକୁ ଦିନ ଲୋଇସିଂହା ଅଂଚଳରେ ଗୁଣ୍ଡାରାଜ , ଚୋରି ଡକାୟତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏହି ସବୁକୁ ଆଖି ଆଗରେ ରଖି ଆଜି ଲୋଇସିଂହା ବିଜେପି ପକ୍ଷରୁ ଲୋଇସିଂହା ବସଷ୍ଟାଣ୍ଡ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଦୁଇ ଘଣ୍ଟିଆ ରାସ୍ତାରୋକ ସହ ବିରୋଧ କରାଯାଇଛି l ବିଜେପି ପକ୍ଷରୁ ସ୍ପଷ୍ଟିକରଣ କରାଯlଇଛି ଯେ ଦିନକୁ ଦିନ ଲୋଇସିଂହା ଅଂଚଳରେ ଗୁଣ୍ଡା, ଚୋର ଡକାୟତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି l ଯେଉଁ ଅଂଚଳରେ ଜନ ପ୍ରତନିଧି ସୁରକ୍ଷିତ ନୁହନ୍ତି ସେ ଅଂଚଳରେ ଜନତା କିଭଳି ଭାବେ ସୁରକ୍ଷିତ ରହିବେ ଏଣୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏସବୁ ଘଟଣା ଘଟୁଛି ବୋଲି ବିଜେପି ଆକ୍ଷେପ କରିଛି ରାଜ୍ୟ ସରକାରଙ୍କୁ l ଆଜିର ବନ୍ଦଯୋଗୁଁ ଅନେକ ଗାଡି ମୋଟର ଜାନବାହନ ରାସ୍ତାରେ ଅଟକି ରହିଲା l ଏହି ବନ୍ଦ ଡ଼ାକରାରେ ଲୋଇସିଂହା ନିର୍ବାଚନୀ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l