
ଭୁବନେଶ୍ୱର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟସଭାପତି ସମୀର ମହାନ୍ତି । ସମୀର ମହାନ୍ତିଙ୍କ ଟ୍ୱିଟ୍ କରି ଲେଖିଛନ୍ତି “ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହଲିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି । ଜଣେ ଜନ ପ୍ରତିନିଧିଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ।’’
ରାଜ୍ୟରେ ଦିନକୁ ଦିନ ଚୋରି, ଗୁଣ୍ଡାରାଜ, ହତ୍ୟା ଭଳି ଘଟଣାରେ ଅପରାଧୀଙ୍କ ପାଦୁର୍ଭାବ ବଢି ବଢି ଚାଲିଛି । ଦୀର୍ଘ ୨୨ବର୍ଷ ଶାସନରେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନହେବା କାରଣରୁ ଅପରାଧୀ, ଦୁର୍ବୃତ ଓ ଗୁଣ୍ଡାମାନଙ୍କ ପାଦୁର୍ଯ୍ୟ ବଢି ଚାଲିବା ରାଜ୍ୟ ସାଧାରଣ ଜନତାଙ୍କ ପାଇଁ ଚିନ୍ତାଜନକ । ସେହିଭଳି ଗତ ଦୁଇଦିନ ପୂର୍ବରୁ ଢ଼େଙ୍କାନାଳ ଜିଲ୍ଲା ବିଜେପି ପୌର ପରିଷଦ ଅଧ୍ୟକ୍ଷାଙ୍କ ଘରକୁ ବୋମାମାଡ଼ କରିବା ଘଟଣା ରାଜ୍ୟରେ ଭୟ ଓ ଆତଙ୍କରାଜ ସୃଷ୍ଟି କରିଛି । ନିର୍ବାଚନ ସମୟରେ ହେଉ କିମ୍ବା ଅନ୍ୟ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଗଣତନ୍ତ୍ର ପ୍ରତି ବିପଦ ।
ଏଣୁ ମୋର ଦାବି ରାଜ୍ୟର ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଅପରାଧୀଙ୍କୁ ତୁରନ୍ତ ଧରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।