ଦିଲ୍ଲୀ,ଦିଲ୍ଲୀରେ ଗତ ୨୪ ଘଂଟାରେ ୧୩୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୧ ହୋଇ ଯାଇଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋବିଡ ପାଇଁ ୪,୦୬,୨୫୧ ନମୂନାର ପରୀକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୪,୦୬,୨୫୧ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୭୯,୪୫,୨୫,୨୦୨ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
କରୋନାରେ ଦେଶରେ ଗତ ୨୪ ଘଂଟାରେ ୭୯୬ ନୂଆ ମାମଲା
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୭୯୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦,୮୮୯ ଥିବା ବେଳେ ବର୍ତମାନ ସୁଦ୍ଧା ୫,୨୧,୭୧୦ଜଣ ମୃତ୍ୟୁ ବରଣ କରିଛନ୍ତି