
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଣି କ୍ଲବ ଗଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ଡ. ହରେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ଅଜିତ ପଣ୍ଡା ଓ ଯୁବ ରେଡକ୍ରସ କାଉନସେଲର ଡ. ତରୁଣ କୁମାର ପ୍ରଧାନଙ୍କ ସମେତ କଲେଜର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କ୍ଲବ ଗଠନ କରାଯାଇଛି । ପ୍ରଥମେ କଲେଜର ଅଧ୍ୟକ୍ଷ ଶ୍ରୀପଣ୍ଡା କ୍ଲବର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ଶ୍ରୀପଣ୍ଡା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦେଖା ଦେଇଥିବା ଜଳାଭାବ, ଫ୍ଲୋରୋସିସ୍, ପରିମଳ ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । କ୍ଲବର ସଭ୍ୟସଭ୍ୟା ମାନେ ନିଜ ନିଜ ଗ୍ରାମର ଜଳାଭାବ ଓ ଜଳ ପ୍ରଦ୍ୟୁଷଣ ଉପରେ ମତ ରଖିଥିଲେ । କାଉସେଲର ଶ୍ରୀପ୍ରଧାନ ଜଳ କ୍ଲବର କାର୍ଯ୍ୟକ୍ରମ ଓ ପରିବର୍ତି ସର୍ଭେ ଉପରେ ଆଲୋଚନା କରିଥିଲେ । ଆସନ୍ତା ରବିବାର ଦିନ ନିକଟସ୍ଥ ମୁକ୍ତାପୁର ଗ୍ରାମରେ ଜଳ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଅଛି । ଶେଷରେ ଡ. ତରୁଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।