ଭୁବନେଶ୍ୱର, ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତି ନିଆଯିବା ପରେ ବଲାଙ୍ଗୀରର ସାଂସଦ (ଲୋକସଭା) ଶ୍ରୀମତୀ ସଂଗୀତା ସିଂଦେଓ ଇସ୍ପାତ ଏକ୍ସପ୍ରେସକୁ କଂଟାବାଂଜୀ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଂଟାବାଂଜୀ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଉପସ୍ଥିତ ଥିଲେ ।
ଏହି ଟ୍ରେନ୍ କାଂଟାବାଞ୍ଜିରୁ ପୂର୍ବାହ୍ନ ୧୦ ଘଟିକାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିଛି ଓ ଏବଂ ରାତ୍ରି ୧୧ଘ.୩୦ମି.ରେ ହାଓଡ଼ାରେ ପହଂଚିବ । ଏହି ଟ୍ରେନ୍ ସଇଁତଳା, ଲୋଇସିଙ୍ଗା, ବରପାଲି, ହିରାକୁଦ୍, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍, ସିନି, ରଖା ମାଇନ୍ସ,, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି ଠାରେ ମଧ୍ୟ ରହଣି କରିବ ।
ଏହି ଟ୍ରେନର ନିୟମିତ ସେବା ହାଓଡ଼ା ଠାରୁ ୧୪ ଏପ୍ରିଲ ରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଏବଂ ୧୫ ଏପ୍ରିଲ ଠାରୁ କଂଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ସମ୍ପ୍ରସାରିତ ଅଂଶରେ ସପ୍ତାହରେ ୪ ଦିନ ଚଳାଚଳ କରିବ ।୧୬ ଏପ୍ରିଲରୁ ୧୩ ଅଗଷ୍ଟ ମଧ୍ୟରେ ଏହି ଟ୍ରେନ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ହାଓଡ଼ାରୁ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ୧୭ ଏପ୍ରିଲରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ ।