-
ଖାରବେଳ ଭବନ ଓ ରାଜୀବ ଭବନ ମଧ୍ୟ ଖୋଲିବ
ଭୁବନେଶ୍ୱର, ଏପ୍ରିଲ ୧୮ ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ । ସେହିପରି ସ୍ୱିକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ମଧ୍ୟ ୧୮ ତାରିଖରୁ ଲୋସେବା ଭବନକୁ ଯାଇପାରିବେ । କୋଭିଡ୍ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଭିଜିଟରମାନେ ଅନଲାଇନ୍ ରେ ପାସ୍ ପାଇଁ ଆବେଦନ କରିପାରିବେ । କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ । ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ http://epravesh.odisha.gov.in/ ୱେବ୍ସାଇଟ୍ ଜରିଆରେ ଲୋକସେବା ଭବନରେ ପ୍ରବାଶ ପାଇଁ ଅନୁମତି ପାଇପାରିବେ ।
ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେବ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଥିଲା । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଥିଲା । ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଥିଲା ।