-
ସୁଶାସନ ବ୍ୟବସ୍ଥା କିପରି ସୁଦୃଢ ହୋଇପାରିବ ସେ ସମ୍ପର୍କରେ ଆଲୋଚନା,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
Association Of Twitter Activists ର ପ୍ରଥମ ବାର୍ଷିକୋତ୍ସବ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ସ୍ଵତନ୍ତ୍ର ରିଲିଫ କମିଶନର ତଥା ରାଜ୍ୟ ଉପ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୁରୀର ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ହରିହର ହୋତା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଏବଂ ସ୍ତମ୍ଭକାର ତଥା ଆଇନଜୀବୀ ଏସ. ଜ୍ୟୋତିରଂଜନ ପ୍ରମୁଖ ଯୋଗଦେଇଥିଲେ। ଅତିଥିବୃନ୍ଦ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ଟୁଇଟର ତଥା ସାମାଜିକ ଗଣମାଧ୍ୟମ ଜରିଆରେ ଶାସକ ଓ ଶାସିତ ମଧ୍ୟରେ କିପରି ଦୂରତା କମିପାରିବ ଓ ସୁଶାସନ ବ୍ୟବସ୍ଥା କିପରି ସୁଦୃଢ ହୋଇପାରିବ, ସେ ସମର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମାଜସେବା କ୍ଷେତ୍ରରେ ଓଡ଼ିଶାର କିଛି ବିରଳ ପ୍ରତିଭାଙ୍କ ସମେତ କିଛି ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଅନୁଷ୍ଠାନର ସମସ୍ତ ଜିଲ୍ଲା ସଂଯୋଜକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୂଖ୍ୟ ଉପଦେଷ୍ଟା ବିପିନ ମହାନ୍ତି, ସଭାପତି ବିସ୍ମୟ ମିଶ୍ର, ସତ୍ୟନାରାୟଣ ସାହୁ, ମିଥୁନ ଜେନା, ସୁଧାଂଶୁ ଜେନା,ଆଦିତ୍ୟ ନାରାୟଣ ବାରିକ, ନିରାକାର ମହାରଣା, ମାନସ ରଥ, ଦେବେନ୍ଦ୍ର ସୁବୁଦ୍ଧି,ସୂର୍ଯ୍ୟକାନ୍ତ ସାହୁ, ସଚ୍ଚିଦାନନ୍ଦ ବିଶୋଇ, କାହୁଁ ଚରଣ ବଡ଼ପଣ୍ଡା, ଶୁଭଶ୍ରୀ ବେହେରା, ବନିତାରାଣି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |