
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଧ୍ୟାନ ମନ୍ଦିର ଆଶ୍ରମ ରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଅନ୍ନପୂର୍ଣ୍ଣା ପୂଜା ଅବସର ରେ ଦ୍ଵିତୀୟ ଦିବସରେ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ‘ସନ୍ଥ ପୂଜନ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀରାମକୃଷ୍ଣ ଆଶ୍ରମର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ଶୁଭାନନ୍ଦଜୀ ମହାରାଜ, ଖୋର୍ଦ୍ଧା ରୋଟାରୀ କ୍ଲବର ଉପସଭାପତି ଦେବୀ ପ୍ରସାଦ ଦାସ ଓ ଶ୍ରୀମନ୍ଦିର ପାଇକ ନିଯୋଗ ସମ୍ପାଦକ ନୀଳମଣି ଗୁରୁ, ଓଡିଶା ସାମ୍ବାଦିକ ସଂଘ ପୁରୀ ଶାଖାର ସମ୍ପାଦକ ସୁଧାଂଶୁ ଶେଖର କର | ସମସ୍ତ ବକ୍ତା ଜୀବନର ନୈତିକ ମୁଲ୍ୟବୋଧ ଉପରେ ନିଜ ନିଜର ମତ ରଖିଥିଲେ। ଉତ୍ସବରେ ରୋଟାରିଆନ ଦେବୀ ପ୍ରସାଦ ଦାସ ଓ ସାମ୍ବାଦିକ ସୁଧାଂଶୁ ଶେଖର କରଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟ 25 ଟି ପରିବାରକୁ ରନ୍ଧନ ସାମଗ୍ରୀ ବିତରଣ କରଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ସାଧୁ ଭଣ୍ଡାରା ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ଆଶ୍ରମର ପରାମର୍ଶ ଦାତା ଶ୍ରୀ ଗୁରୁଚରଣ ଦାସ ପରିଚାଳନା କରିଥିଲେ। ଏହି ଭବ୍ୟ ଉତ୍ସବରେ ପୁରୀ ଶ୍ରୀରାମକୃଷ୍ଣ ମିଶନ, ଭାରତ ସେବାଶ୍ରମ ସଂଘ, ଭୋଳାଗିରି ଆଶ୍ରମ, ବିଜୟ କୃଷ୍ଣ ଆଶ୍ରମ, ସାତ ଆସନ ମଠ ଅଧ୍ୟକ୍ଷ ଙ୍କ ସହ ଆଶ୍ରମ ସମ୍ପାଦକ ଦେବବ୍ରତ ସରକାର, ବାପି ଦା , କରୁଣ ଦା ଓ ଆତ୍ମାନନ୍ଦ ବ୍ରହ୍ମଚାରୀ ଉପସ୍ଥିତ ଥିଲେ। ମଧ୍ୟହ୍ନରେ ବୈଦିକ ରୀତିରେ ସାମୁହିକ ହୋମ ଓ ଷୋଡ଼ଶ ଉପଚାରରେ ମାଆ ଅନ୍ନପୂର୍ଣ୍ଣା ଙ୍କ ପୂଜା ସମ୍ପର୍ଣ୍ଣ ହେବା ସହ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା।