ମାଲକାନଗିରି,ଆଜି ଜୟ ମା ଦୂର୍ଗା ଟ୍ୟାକ୍ସି ଡ୍ରାଇଭରସ ଆସୋସିଏସନ, ମାଲକାନଗିରି ତରଫରୁ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ପୈାର ପରିଷଦର ନବ ନିର୍ବାଚିତ ଚେୟାରମେନ ମନୋଜ କୁମାର ବାରିକ ( ଭାନୁ ଭାଇ ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସଙ୍ଘର ଗାଡ଼ି ଚାଳକ ମାନଙ୍କୁ ଉଦବୋଧନ ଦେଇଥିଲେ। ସଙ୍ଘର ସଭାପତି ତଥା ମାଲକାନଗିରିର ପ୍ରାକ୍ତନ ବିଧାୟକ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି, ଡ୍ରାଇଭର ମାନେ ସେମାନଙ୍କ ନିଜ ନିଜର ଗାଡ଼ି ସବୁର ଲାଇସେନ୍ସ, ଫିଟନେସ ଏବଂ ଇନସୁରେନ୍ସ ଇତ୍ୟାଦି ଅପଟୁଡେଟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ଆଇନଜୀବି ତଥା ସଂଘର ଆଇନ ଉପଦେଷ୍ଟା ଲମ୍ବୋଦର ତୁରୁକ ମଧ୍ୟ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ନବ ନିର୍ବାଚିତ ଚେୟାରମେନ ମନୋଜ ବାରିକଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ବାରିକ ସଂଘର ଟ୍ୟାକ୍ସି ଷ୍ଟାଣ୍ଡ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଜାଗା ଏବଂ ଅଫିସ ନିର୍ମାଣ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମ କୁ ସଂଘ ର ସମ୍ପାଦକ ଶିବ ପ୍ରସାଦ କିର୍ତ୍ତନୀୟା ପରିଚାଳନା କରିଥିଲେ। ଶେଷରେ ସଂଘର ପୂର୍ବତନ ଉପ – ସଭାପତି ସଞ୍ଜୀବ ବାଲା ଧନ୍ୟବାଦ ଅର୍ପଣ କରିଥିଲେ।