ଭୁବନେଶ୍ୱର, ନିକଟରେ ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି । ଏହାଦ୍ୱାରା ହଜାର ହଜାର ଅଧିବାସୀଙ୍କ ପାଇଁ ଡିଜିଟାଲ ବିପ୍ଳବର ଶୁଭାରମ୍ଭ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ୪ଜି ଇଂଟରନେଟ୍ ସେବାର ଲାଭ ଅନୁଭବ କରିଛନ୍ତି ।
ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନାରାୟଣପାଟଣା ସହର ସମେତ ଜିଓ ୪ଜି ନେଟୱର୍କ ନିକଟବର୍ତୀ ଗ୍ରାମ ବିକ୍ରମପୁର, ମୁଣ୍ଡିଗୁରା, ବଚନାପୁଟ, ଅଂଚଳପୁର ଆଦିର ଅଧିବାସୀଙ୍କୁ ମଧ୍ୟ ଫାଇଦା ପହଞ୍ଚାଉଛି ଏବଂ ଉକ୍ତ ଦୁର୍ଗମ ଅଂଚଳରେ ଏହା ପ୍ରାୟ ୭୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି । ଜିଓ ଓଡ଼ିଶା ଟିମ୍ ର ଏହି ତ୍ୱରିତ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନ ସମେତ ସବୁ ମହଲରୁ ପ୍ରଶଂସା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ସଂଯୋଗିକରଣ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବାରେ ଜିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହାର ୪ଜି ଡିଜିଟାଲ ଜୀବନରେଖାର ଉପସ୍ଥିତିକୁ ସମଗ୍ର ଦେଶର ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଂଚଳଗୁଡିକୁ ଦ୍ରୁତ ସମ୍ପ୍ରସାରିତ କରି ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଯାଇଥିବା ନିୟୁତାଧିକ ନାଗରିକଙ୍କୁ ସଶକ୍ତ କରୁଛି । ଏଥିସହିତ ଗୁଗଲ୍ ଏବଂ ଜିଓ ପକ୍ଷରୁ ମିଳିତ ଭାବରେ ବିକଶିତ ଅତ୍ୟନ୍ତ ସୁଲଭ ଏବଂ ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟଫୋନ ‘ଜିଓଫୋନ ନେକ୍ସଟ’ ହଜାର ହଜାର ବ୍ୟବହାରକାରୀଙ୍କୁ ଆନନ୍ଦ ଆଣିଦେଇଛି । ବିଶେଷକରି ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରେ ବାସକରୁଥିବା ବୟସ ବର୍ଗ ନିର୍ବିଶେଷରେ ପ୍ରଥମ ଥର ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ମୂଲ୍ୟରେ ହାଇ-ଏଣ୍ଡ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁଛି । ଏହି ପତଳା ସ୍ମାର୍ଟଫୋନ୍ ରେ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ ଗୁଡିକର ସର୍ବାଧୁନିକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଏବଂ ତାହା ସହିତ ଏହା ଗୁଗଲ୍ ର ସମସ୍ତ ଆପ୍ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନସମୂହର ସମ୍ମିଳିତ ଶକ୍ତି ସହିତ ଆସୁଛି, ଯେଉଁଥିରେ ଉଚ୍ଚ କ୍ଷମତା ସଂପନ୍ନ ପଛ ଓ ସମ୍ମୁଖ ଭାଗ କ୍ୟାମେରା ରହିଛି ଏବଂ ଏହା ଫିଚର୍ ଫୋନ୍ ରୁ ସ୍ମାର୍ଟଫୋନ ଶ୍ରେଣୀକୁ ଉନ୍ନୀତ ହେବାକୁ ଚାହୁଁଥିବା ହଜାର ହଜାର ବ୍ୟବହାରକାରୀଙ୍କ ଚାହିଦା ପୂରଣ କରୁଛି ।