
ଭୁବନେଶ୍ବର,ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଛି। ପିଏମଜି ଅଫିସ ସାମନାରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କର ଛୋଟ ପିଲାର ରହିଛି ।
ଖବର ପାଇ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି। ଏହି ମାମଲାରେ ପୋଲିସ ଜାଂଚ ଜାରୀ ରଖିଛି ।