ଗଞ୍ଜାମ, ଦଣ୍ଡନାଚ ଦେଖି ଫେରୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି । ଭଞ୍ଜନଗର ସହର ଉପକଣ୍ଠ ବାଇପାସ୍ ରୋଡରେ ଗତକାଲି ରାତିରେ ଦଣ୍ଡ ନାଚ ଦେଖି ଫେରୁଥିବା ଜଣେ ମହିଳାଙ୍କ ବେକରୁ ଦୁର୍ବୃତ ମାନେ ସୁନିଚେନ୍ ଲୁଟିନେବା ସହ ତାଙ୍କ ମୋବାଇଲ ଛଡେଇ ନେଇଛନ୍ତି । ଭଞ୍ଜନଗର ଭେଜିପୁଟ ଅଂଚଳର ଭାଗ୍ୟଶ୍ରୀ ଆଚାରୀ ତାଙ୍କର ଦୁଇ ବାନ୍ଧବୀଙ୍କ ସହ ଦଣ୍ଡ ନାଚ ଆଳତୀ ଦର୍ଶନ କରିବାକୁ ଯାଇଥିଲେ । ରାତିରେ ୩ ଜଣ ମିଶି ବାଇପାସ୍ ରାସ୍ତା ଅତିକ୍ରମ କରି ଘରକୁ ଫେରୁଥିବା ସମୟରେ ବଡରାଉଳ ମନ୍ଦିର ନିକଟରେ ଜଣେ ଯୁବକ ହଠାତ୍ ସାମ୍ନାକୁ ଆସି ଭାଗ୍ୟଶ୍ରୀ ପିନ୍ଧିଥିବା ସୁନାଚେନଟିକୁ ତାଙ୍କ ବେକରୁ ଛଡାଇ ନେବା ସହ ହାତରୁ ମୋବାଇଲ ଝାମ୍ପି ନେଇ ଚମ୍ପଟ୍ ମାରିଥିଲେ । ଏନେଇ ମହିଳା ଜଣକ ଭଞ୍ଜନଗର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତି କରି ପୋଲିସ ୧୭୦/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
Related Stories
November 23, 2024