ରାଉରକେଲା, ପାର୍କିଂ ଫି ବାବଦକୁ ମାତ୍ର୧୦ ଟଙ୍କା ନଦେଇ ନିଜ ପୁଲିସି ପଣିଆର ଗରମ ଦେଖାଇବା ଲାଗି ନିଜ ସ୍ଵାମୀଙ୍କୁ ସହଯୋଗ ମାଗି ତାଙ୍କୁ ବଦନାମର ରାସ୍ତା ଦେଖାଇବା ସହ ସମଗ୍ର ପୁଲିସି ଜିଲ୍ଲାକୁ ବିବାଦୀୟ ଆଲୋଚନା ଭିତରକୁ ଆଣିବା ଓ ଶେଷରେ ମାନବାଧିକାର କମିଶନ ସଦସ୍ୟଙ୍କ ଦ୍ବାରା ପୁଲିସି ବିଭାଗକୁ ପ୍ରଶ୍ନ କରାଇବା ଲାଗି ଯେଉଁ ମହିଳା ପୁଲିସି ଅଧିକାରୀ ଦାୟୀ ବୋଲି କୁହାଯାଉଛି ତାଙ୍କୁ ରାଉରକେଲା ପୁଲିସି ଜିଲ୍ଲାରେ ଦିର୍ଘ ବର୍ଷ ହେଲା ରଖି ବିଭିନ୍ନ ଥାନା ଦେଉଥିବା ବ୍ୟକ୍ତି ଜଣକ କିଏ। କାହିଁକି ତାଙ୍କର ଏହି ମହିଳା ଅଫିସରଙ୍କ ପ୍ରତି ଏଭଳି ଦରଦ ତାହା ଏବେ ସମଗ୍ର ପୁଲିସ ଜିଲ୍ଲାରେ ଜାଣିବା ଶୁଣିବା ଅଫିସର ମାନଙ୍କ ମହଲରେ ଆଲୋଚନାର ବିଷୟ ହୋଇଛି । ଖାଲି ସେତିକି ନୁହେଁ ସେକ୍ଟର-୭ ଥାନାରେ ଜଣେ ଭଲ ପୁଲିସି ଅଫିସର ଥିବା ବେଳେ ଏହି ବିବାଦୀୟ ପୁଲିସି ଅଫିସର ଦଂପତିଙ୍କ ଲାଗି ବଦନାମ ହେଉଥିବା ଆଲୋଚନା ଚାଲିଛି ।
ନିକଟରେ ଭଂଜଭବନରେ ଚାଲିଥିବାଏକ ହ୍ୟାଣ୍ଡଲୁମ ମେଳାରେ ମୋଟରସାଇକେଲ ଷ୍ଟାଣ୍ଡ ଦେଇଥିବା ଜଣେ ବାବୁଙ୍କ ପିଲା ମାନେ ସାଦା ପୋଷାକରେ ଥିବା ଏହି ତଥାକଥିତ ମହିଳା ପୁଲିସି ଅଫିସରଙ୍କୁ ୧୦ ଟଙ୍କା ଗାଡି ରଖିଥିବା ଦେୟ ମାଗିବାରୁ ସେ ଉତକ୍ଷିପ୍ତ ହୋଇ ନିଜ ସ୍ଵାମୀଙ୍କୁ ଲଗାଇ ଏ ପିଲାଙ୍କୁ ଧମକ ଚମକ ଦେବା ସହ ତାଙ୍କୁ ଧକା ମାରିବା, ପରେ ନିକଟସ୍ଥ ଥାନାକୁ ନେଇ ରାତିସାରା ବସାଇବା ସେମାନଙ୍କ ଭିତରେ ଥିବା ଜଣେ ନାବାଳକକୁ ମଧ୍ୟ ଏମାନେ ଛାଡି ନଥିଲେ ସେ ମଧ୍ୟ ନିଜ ପରୀକ୍ଷା ଦେଇ ପାରିନଥିବା ଜଣାପଡିଛି। ଶେଷରେ ଏହି ୫ ପିଲାଙ୍କ ବିରୋଧରେ ଦାଦା ବଟୀ ମାଗୁଥିବା ମାମଲା ରୁଜୁ କରି ଛାଡିଥିବା ଜଣାପଡିଥିଲା । ଏହି ପିଲା ମାନେ ପଶ୍ଚିମବଂଗ ଅଂଚଳର ସେମାନେ ସେକ୍ଟର ୨୦ ଆଜାଦ ବସ୍ତିରେ ରୁହନ୍ତି। ଏମିତି କାମ କରିବା ସହ ପାଠ ମଧ୍ୟ ପଢନ୍ତି।
ଏହି ଅଫିସରଙ୍କ ବିଷୟରେ ଛେଣ୍ଡ ଥାନାରେ ଥିବା ବେଳେ ଏକ ଅଭିଯୋଗ ପୁଲିସି ମୁଖ୍ୟାଳୟକୁ ଯାଇଥିଲା ,ତା ପରେ ରାଉରକେଲା ଏସପି ତାଙ୍କୁ ସେଠାରୁ ବଦଳି କରିଥିଲେ ,ହେଲେ ସେ ନିଜ ଅଫିସର ମାନଙ୍କୁ ପ୍ରଭାବିତ କରି ସେ ମାମଲାକୁ ତଦନ୍ତ କରାଇବାକୁ ଦେଲେନି ,ତାପରେ ୧୦ ଟଙ୍କା ଲାଗି ସମଗ୍ର ବିଭଗକୁ ବଦନାମ କରାଇ ନିଜର ପ୍ରକୃତ ପରିଚୟ ଦେଲେ ବୋଲି କୁହାଯାଉଛି । ତେବେ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାବ ବେହେରା ରାଉରକେଲା ଏସପିଙ୍କୁ ପଚାରିବା ପରେ ଏସପି ଆକ୍ସନ ମୁଡରେ ଆସିଥିବା ଜଣାପଡିଛି । ଜଣେ ଅଧିକାରୀଙ୍କୁ ସେହି ପିଲାଙ୍କ ପାଖକୁ ପଠାଇ ବୟାନ ରେକେର୍ଡ କରାଇଛନ୍ତି । ଘଟଣାକୁ ସବୁ ଜାଣି ଲୁଚାଇ ରଖି ଅଭିଯୁକ୍ତ ପୁଲିସି ଦଂପତିଙ୍କୁ ସୁରକ୍ଷା ଦେଉଥବା ପୁଲିସି ବାବୁମାନଙ୍କ ମୁହଁ କଳା ପଡିଯାଇଛି । ତେବେ ଜଣେ ନାବାଳକ ସହ ୫ ଜଣ ପିଲାଙ୍କୁ ବିନା ଦୋଷରେ ନିଜ ପୁଲିସି ପଣିଆର ଗରମ ଦେଖାଇ, କ୍ଷମତାର ଅପବ୍ୟବହାର କରି ସେମାନଙ୍କୁ ଥାନାରେ ଅଟକାଇ ନିର୍ଯ୍ୟାତନା ଦେବା, ଭୟଭିତ କରିବା ଜଣେ ପରୀକ୍ଷା ଦେଈ ନପାରିବା ଓ ରାଜ୍ୟ ପୁଲିସି ଏଥିଲାଗି ବଦନାମ ହେବା, ନବୀନ ସରକାରଙ୍କ ମୋ ପୁଲିସି ବ୍ୟବସ୍ଥାକୁ ନିଜ ସ୍ଵାର୍ଥ ଲାଗି ଗୋଡରେ ଗୋଇଠା ମାରିଥିବା ବାବୁ ବାବୁଆଣୀଙ୍କ ବିରୋଧରେ ତଦନ୍ତ ଆଗକୁ ବଢା ଜିବା ଆଗରୁ ସେମାନଙ୍କୁ ଥାନା ଓ ଚେଆର ରୁ ଓହ୍ଲାଇ ତଦନ୍ତ କରାଜିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ନଚେତ ଏମାନେ ଘଟଣାକୁ ପ୍ରଭାବିତ କରିଦେବେ ବୋଲି କୁହାଯାଉଛି । ତା ଛଡା ଦିର୍ଘ ବର୍ଷ ଧରି ଏମାନେ ଏହି ଜିଲ୍ଲାରେ ରହିଥିବାରୁ ଏଭଳି ହୀନ କାମ ପ୍ରତି ସେମାନଙ୍କର ସାହାସ ଜୁଟୁଛି। ଥାନାରେ ମଧ୍ୟ ସେଇଆ କରୁଥିବେ, ତେଣୁ ଏମାନଙ୍କୁ ତୁରନ୍ତ ଏ ଜିଲ୍ଲାରୁ ବିଦା କରିବାକୁ ଦାବି ହେଉଛି । ରାଜ୍ୟ ୫-ଟି ବ୍ୟବସ୍ଥାରେ ପୁଲିସି ମଧ୍ୟ ଆସୁଛି। ଏହି ଘଟଣାରେ ରାଉରକେଲାର ଏହି ପୁଲିସି ମାନେ ୫ଟି ବ୍ୟବସ୍ଥାକୁ କେତେ ସମ୍ମାନ ଦେଇଛନ୍ତି ତାହାର ବିଚାର ହେଲେ ବ୍ୟବସ୍ଥା ଉପରେ ଲୋକଙ୍କର ଆହୁରି ଅଧିକ ଭରଷା ବଢିବ ବୋଲି କୁହାଯାଉଛି ।