
ଧର୍ମଶାଳା, ଆଜି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତର ପାଣିମୁହାଣୀ ଗ୍ରାମରେ । ଗ୍ରାମର ଅଜୟ ନାୟକ ଓ ସ୍ତ୍ରୀ ବନି ନାୟକ ଘରେ ଶୋଇଥିବା ସମୟରେ କେହି ଦୁର୍ବୁତ ମହିଳା ବିନି ନାୟକଙ୍କୁ ହତ୍ୟା କରିଥିବା ବେଳେ ସ୍ଵାମୀ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତି ହୋଇଛନ୍ତି ।