-
ଦୁଇ ଡ଼କାୟତଙ୍କୁ କାବୁ କଲେ ଲୋକେ
-
ପରିବାରର ୪ ଗୁରୁତର
କେନ୍ଦ୍ରାପଡ଼ା, ଗୁଳି ଫୁଟାଇ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଛି । ସୁନା ସହ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ । ମହାକାଳପଡ଼ା ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି । ଫାଙ୍କା ଗୁଳି ଚାଳନା କରିବା ସହ ଭୁଜାଲିରେ ଆକ୍ରମଣ କରି ଡକାୟତି କରିଥିଲେ । ଗୁରୁତର ଅବସ୍ଥାରେ ପରିବାରର ୪ ଜଣ ସଦସ୍ୟଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ତେବେ ଦୁଇ ଡ଼କାୟତଙ୍କୁ କାବୁ କରିବାରେ ସକ୍ଷମ ହୋଇ ପରିବାର ଲୋକେ ଓ ଗ୍ରାମବାସୀ । ଅନ୍ୟ ୪ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଦୁଇ ଡ଼କାୟତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ବାଇକ୍ ଜବତ ହୋଇଛି । ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।