କେନ୍ଦୁଝର – ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭାର ଡିପାର୍ଟମେଂଟ ରିଲେଟେଡ୍ ଷ୍ଟାଣ୍ଡିଂ କମିଟି-୫ ଚଳିତ ଅକ୍ଟୋବର ୭ ତାରିଖ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ପହଂଚିବା ପରେ ଅକ୍ଟୋବର ୮ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ କରି ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଚମ୍ପୁଆ ବିଧାୟିକା ଶ୍ରୀମତୀ ମୀନାକ୍ଷୀ ମହାନ୍ତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଉକ୍ତ କମିଟିର ସଦସ୍ୟ/ ସଦସ୍ୟା ଭାବେ ଏହି ଗସ୍ତରେ ସାମିଲ୍ ହୋଇଥିଲେ । ଶୁକ୍ରବାର ସକାଳେ ଜିଲ୍ଲା ସଦର ମହକୁମାସ୍ଥିତ ମନୋଜ ମଞ୍ଜରୀ ଶିଶୁ ଭବନ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ସହ ବାର୍ତାଳାପ କରିଥିଲେ । ସେମାନେ କିପରି ରହୁଛନ୍ତି, କିପରି ଖାଉଛନ୍ତି, କିପରି ପଢୁଛନ୍ତି ପଚାରି ବୁଝିବା ସହ ଅନୁÂାନର ପରିସର ବୁଲି ପରିଚାଳନା ଶୈଳୀ ତଦାରଖ କରିଥିଲେ । ମନୋଜ ମଞ୍ଜରୀ ଶିଶୁ ଭବନର ପରିଚାଳନାରେ କମିଟି ସନ୍ତୋଷବ୍ୟକ୍ତ କରିଥିଲେ । ଏହାପରେ ଚମ୍ପୁଆ ଉପଖଣ୍ଡ ଗସ୍ତରେ ଯାଇ ବାସୁଦେବପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚିମିଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର. ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବଂ ଭଣ୍ଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ବିଭିନ୍ନ ଚିକିତ୍ସାଳୟ ଗସ୍ତ ସମୟରେ କମିଟିର ସଦସ୍ୟ/ ସଦସ୍ୟାମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀମାନଙ୍କ ସହ ଆଲୋଚନା କରି ସୁବିଧା, ଅସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଡାକ୍ତରମାନେ ଭଲ ବ୍ୟବହାର ଦେଖାଉଛନ୍ତି କି ନାହିଁ, ଚିକିତ୍ସା ପାଇଁ କେହି ଟଙ୍କା ମାଗୁଛନ୍ତି କି, ମାଗଣାରେ ଔଷଧ ମିଳୁଛି କି ନାହିଁ ଭଳି ପ୍ରଶ୍ନ ରୋଗୀଙ୍କୁ ପଚାରିଥିଲେ । ଡାକ୍ତରଖାନାମାନଙ୍କର ପରିଷ୍କାର, ପରିଚ୍ଛନ୍ନତା ଦେଖି ଖୁସି ହୋଇଥିଲେ । ଏତଦ୍ବ୍ୟତୀତ ଭଣ୍ଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ । ଡାକ୍ତରଖାନାକୁ ଆସୁଥିବା ପ୍ରତିଟି ରୋଗୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ଡାକ୍ତର ଓ ଷ୍ଟାଫ୍ମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଡାକ୍ତରଖାନାମାନଙ୍କରେ ଆଶୁ ଚିକିତ୍ସା କେନ୍ଦ୍ର, ସଂକ୍ରମିତ ୱାର୍ଡ, ଅନ୍ତଃବିଭାଗ, ପୁରୁଷ ଶଲ୍ୟ ବିଭାଗ, ଭେଷଜ ୱାର୍ଡ, ମହିଳା ଶଲ୍ୟ ବିଭାଗ, ପୃଷ୍ଟି ସାଧନ କେନ୍ଦ୍ର, ବ୍ଲଡ୍ ବ୍ୟାଙ୍କ, ଶିଶୁ ୱାର୍ଡ ବୁଲି ଦେଖିଥିଲେ । ସୂଚନାଯୋଗ୍ୟ ଯେ ଚମ୍ପୁଆ ଉପଖଣ୍ଡ ପରିଦର୍ଶନ ବେଳେ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଥିଲା । ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଉପରେ ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ପଡେ଼ାଶୀ ଜିଲ୍ଲା ମୟୂରଭଞ୍ଜରୁ ଦୈନିକ ଶହଶହ ସଂଖ୍ୟାରେ ରୋଗୀ ଆସୁଥିବାରୁ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି, ପରିବେଶ ସଫାସୁତୁରା ପରିଚାଳନା, ଟ୍ରମା କେୟାର ସ୍ଥାପନ, ହସ୍ପିଟାଲ ପରିସରରେ ଶୌଚାଳୟ ସଂଖ୍ୟା ବୃଦ୍ଧି ଓ ଉତମ ପରିଚାଳନା, ଅତ୍ୟାଧୁନିକ ଯନ୍ତ୍ରପାତି, ଶିଶୁ ବିଭାଗ, ପ୍ରସୂତି ବିଭାଗରେ ଅଧିକ ଡାକ୍ତର ବ୍ୟବସ୍ଥା ଏବଂ ନୂତନ ଭାବେ ନିର୍ମାଣ ହେଉଥିବା କୋଠାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ବିଧାୟକ ଅଶ୍ୱିନୀ କୁମାର ପାତ୍ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଡାକ୍ତରମାନଙ୍କୁ ଆହ୍ୱାନ ଦେଇଥିଲେ । ନିଜର ମାନସିକତା ପରିବର୍ତନ କରିବା ସହ ହସ୍ପିଟାଲରେ ନିମୟିତ ଭାବେ ଉପସ୍ଥିତ ରହି ରୋଗୀ ସେବା କରିବାକୁ ଅଧ୍ୟକ୍ଷ ଶ୍ରୀ ପାତ୍ର ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ ।
ପରେ ପରେ ଭଣ୍ଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ପରେ କମିଟି ଜିଲ୍ଲା ସଦର ମହକୁମାକୁ ପ୍ରତ୍ୟାବର୍ତନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଗସ୍ତ ସମୟର ଅନୁଭୂତି ଓ ଉପଲବ୍ଧିକୁ ଆଧାର କରିି ସ୍ୱାସ୍ଥ୍ୟ ବିଭାଗୀୟ, ମହିଳା ଓ ଶିଶୁ ବିକାଶ ଓ ଶିଶୁ ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତ ଚରଣ ପ୍ରଧାନ ଏହି ସମୀକ୍ଷା ବୈଠକରେ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଉଦ୍ବୋଧନ ଛଳରେ କମିଟିର ଅଧ୍ୟକ୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ର କହିଥିଲେ ଯେ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଯେଉଁ ଉପଲବ୍ଧି ମିଳିଛି ସେହି ଅନୁସାରେ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିÂାର ସହିତ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କଲେ କେନ୍ଦୁଝର ଜିଲ୍ଲା ଓଡିଶାରେ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱଦେଇଛନ୍ତି । ଏଣୁ ଡାକ୍ତର ଓ ଷ୍ଟାଫ୍ମାନେ ନିଜର ପେଶା ପ୍ରତି ସର୍ବଦା ସଜାଗ ରହି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପରାମର୍ଶ କହିଥିଲେ । ସ୍ୱାସ୍ଥ୍ୟକ୍ଷେତ୍ରରେ ଯାହା ସମସ୍ୟା ରହିଛି ତାହା ସମ୍ମିଳିତ ପ୍ରଚେÂା ବଳରେ ଦୂର ହୋଇପାରିବ । ଗସ୍ତ କାଳରେ ଜଣାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଟି ପଦକ୍ଷେପ ନେବ ବୋଲି ଅଧ୍ୟକ୍ଷ ଶ୍ରୀ ପାତ୍ର କହିଥିଲେ । କମିଟି ସଦସ୍ୟ/ ସଦସ୍ୟା ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଉକ୍ତ ସମୀକ୍ଷା ବୈଠକରେ ଉଦ୍ବୋଧନ ଦେଇ ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର ଭାବେ ବର୍ଣ୍ଣନା କରି ସେମାନେ ନିଜର ଆଚାର, ବିଚାର, ବ୍ୟବହାର ଓ ସେବା ବଳରେ ରୋଗୀର ହୃଦୟ ଜିଣିବା ପାଇଁ ଆହ୍ୱାନ ଜଣାଇଥିଲେ । ଏତଦ୍ବ୍ୟତୀତ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସ୍ପେସାଲ ସେକ୍ରେଟାରୀ ହରପ୍ରସାଦ ପଟ୍ଟନାୟକ, ନିଦେ୍ର୍ଧଶକ ଦିଲ୍ଲୀପ କୁମାର ଷଡଙ୍ଗୀ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସଂପର୍କିତ ଦୃଷ୍ଟିଭଙ୍ଗୀ ଏବଂ ଚିକିତ୍ସାଳୟମାନଙ୍କର ଭିତିଭୂମିର ବିକାଶ ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ମଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମାନସୀ ରଥ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୋଗ୍ରାମ ଅଫିସର ସଂଗ୍ରାମ କେଶରୀ ସାମଲ ନିଜ ନିଜ ବିଭାଗ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ସମୀକ୍ଷା ବୈଠକ ପରେ କମିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଯାଇଥିଲେ । ସେଠାରେ ବର୍ହିଃବିଭାଗ, ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ଅସ୍ତିଶଲ୍ୟ ବିଭାଗ, ଶଲ୍ୟ ବିଭାଗ ଓ ଭେଷଜ ବିଭାଗ ପରିଦର୍ଶନ କରିଥିଲେ । ସେଠାରେ ପରିଷ୍କାର ପରିଚ୍ଛନ୍ନତା ଓ ପରିଚାଳନାରେ କମିଟି ସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଘାସିନାଥ ମୁର୍ମୁ କମିଟିର ଗସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।