ଗଞ୍ଜାମ, ଗତ କିଛି ଦିନ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ଯୋଗୁଁ ଏମକେସିଜିରେ ରୋଗୀ ସେବା କ୍ଷେତ୍ରରେ ଚରମ ସମସ୍ୟା ଦେଖା ଦେଇଛି । ଏପରିକି ଡାକ୍ତର ନଥିବା ଯୋଗୁଁ ଅନେକ ବିଭାଗ କାର୍ୟ୍ୟ କରୁନାହିଁ। ସରକାରଙ୍କ ପ୍ରତ୍ୟେକ ବଦଳି ତାଲିକାକୁ ଦେଖିଲେ ଏମକେସିଜି ମେଡିକାଲ କଲେଜକୁ ଡାକ୍ତର ଶୂନ୍ୟ କରିବା ଚକ୍ରାନ୍ତ ହେଉଥିବା ଆଶଙ୍କା ସୃଷ୍ଟି ହୋଇଛି । ଆଜି ପ୍ରକାଶିତ ତାଲିକାରେ ୧୨ ଜଣଙ୍କ ମଧ୍ୟରେ ୭ ଜଣ ଏମ୍ କେସିଜିରୁ କେବଳ ବଦଳି କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେହି ଏକା ଅବସ୍ଥା ଥିଲା। ସେହିଭଳି ବହୁ ଡାକ୍ତର ବଡଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି କଟକ, ଭୁବନେଶ୍ଵରରେ ରହନ୍ତି ଓ ଏଠାରୁ ଦରମା ନିଅନ୍ତି । ଏହା ଗଂଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ପ୍ରତି ସମ୍ପୂର୍ଣ୍ଣ ଉପେକ୍ଷା ମାତ୍ର । ସରକାର ବ୍ରହ୍ମପୁର ଏମକେସିଜିରୁ ଡାକ୍ତର ଶୂନ୍ୟ କରିବା ଚକ୍ରାନ୍ତରୁ କ୍ଷାନ୍ତ ରହି ଖାଲିଥିବା ପଦଵୀ ଗୁଡ଼ିକୁ ଅତିଶୀଘ୍ର ପୂରଣ ନକଲେ ଜିଲ୍ଲା ବାସୀ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଏକ ବିବୃତିରେ ପ୍ରକାଶ କରିଛନ୍ତି।
Related Stories
November 22, 2024