କେନ୍ଦୁଝର, ବାଲେଶ୍ଵରର ନୀଳଗିରି ଠାରେ ଜଣେ ସାମ୍ବାଦିକଙ୍କ ପ୍ରତି ପୋଲିସର ବର୍ବରତା ତଥା ଅମାନୁଷିକ ବ୍ୟବହାର ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କର୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁଃର୍ବବ୍ୟହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ବଦଳରେ ପିଡିତ ସାମ୍ବାଦିକଙ୍କ ସହିତ ନୀଳଗିରି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣା ପୋଲିସର ସ୍ଵେଛାଚାରିତାକୁ ଦର୍ଶାଉଛି ବୋଲି ସାମ୍ବାଦିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ପ୍ରେସ କ୍ଲବର ସଭାପତି ସତ୍ୟନାରାୟଣ ମିଶ୍ର ଏବଂ ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ଵରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
ଏହି ବିକ୍ଷୋଭରେ ପ୍ରେସ କ୍ଲବର ଉପସଭାପତି ପ୍ରଦୀପ ମହାନ୍ତି, ରଞ୍ଜନ ତ୍ରିପାଠୀ, ତାପସ ରଥ, ଜୟକୃଷ୍ଣ ପଣ୍ଡା, ସୁବ୍ରତ ସ୍ଵାଇଁ, ଶରତ ଚନ୍ଦ୍ର ଦାସ, ପ୍ରଣୟ ପାଣି, ନରେଶ ପଟ୍ଟନାୟକ, ନିରଞ୍ଜନ ନାୟକ, କ୍ଷେତ୍ରବାସୀ ମହାକୁଡ, ସୁଧାଂଶୁ ସାହୁ, ନିର୍ମଳ ନାୟକ, ରାଜେନ୍ଦ୍ର ମହାକୁଡ, ବିଶ୍ଵରଞ୍ଜନ ସାହୁ, ଅରୁଣ କୁମାର ମହାନ୍ତ, ଦୀପକ ବେହେରା, କ୍ୟାମେରା ପର୍ଶନ ସୁଦର୍ଶନ ସ୍ଵାଇଁ, ସତ୍ୟବାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।