
-
ସମ୍ପୃକ୍ତି ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବାଲେଶ୍ୱର ଜିଲ୍ଲା ନିଳଗିରୀ ରେ କର୍ତଵ୍ୟରତ ସାମ୍ବାଦିକ ଙ୍କ ପ୍ରତି ପୋଲିସର ବର୍ବରତା ଘଟଣା ପ୍ରତିବାଦ ରେ କଳାଦିବସ ପାଳନ କରାଯାଇଛି |ଓଡିଶା ତଥା ପୁରୀଜିଲ୍ଲା ର ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରାଯାଇଛି ।
ଶୁକ୍ରବାର ୧୧ ଟା ସମୟରେ ରେ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଏଭଳି ନିନ୍ଦନୀୟ ଘଟଣାକୁ ପୁରୀ ଜର୍ଣ୍ଣାଲିଷ୍ଟ କେୟାର ତରଫରୁ ବିରୋଧ କରାଯିବା ସହିତ ସମ୍ପୃକ୍ତି ଥିବା ଥାନା ଅଧିକାରୀଙ୍କ ନିଲମ୍ବନ ଦାବୀ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଉଦେଶ୍ୟରେ IG ନୃସିଂହ ଭୋଳ ଙ୍କୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି |
ଅଗଣତାନ୍ତ୍ରିକ ଓ ଆସାମ୍ବିଧନୀକ ଉପାୟ ଅବଲମ୍ବନ
କରି ଜଣେ ସାମ୍ବାଦିକ ଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କୁ ଗିରଫ କରି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଗୋଡ଼ ରେ ବେଡି ପକାଇବା ସହ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିବା ଘଟଣା କୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି ।ଏଥି ସହିତ ପୋଲିସର ଦାଦାଗିରି ଓ କ୍ଷମତା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କୁହାଯାଇଛି |
ଏଥି ସହିତ ନିଜ ପ୍ରତିକ୍ରିୟାରେ IG ନୃସିଂହ ଭୋଳ ସାମ୍ବାଦିକଙ୍କୁ ଗିରଫ କରି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଗୋଡ଼ ରେ ବେଡି ପକାଇବା ସହ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିବା ଘଟଣା କୁ ଦୃଭାଗ୍ୟ ଜନକ ଏବଂ ବେଆଇନ ବୋଲି କହିବା ସହିତ ମାନବାଧିକାର ର ଉଲ୍ଲଙ୍ଘନ ହୋଇଛି ବୋଲି ନିଜେ IG ସ୍ୱୀକାର କରିଛନ୍ତି |ସମ୍ପୃକ୍ତ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |
ଜର୍ଣ୍ଣାଲିଷ୍ଟ କେୟାର, ପୁରୀ ତରଫରୁ ମଧୁସୂଦନ ମିଶ୍ର, ସିମାଞ୍ଚଳ ପାଢ଼ୀ,ଚିତ ମହାନ୍ତି,ଜଗ୍ୟେଶ୍ୱର ମହାନ୍ତି,ସରୋଜ ମଲ୍ଲିକ,ରଞ୍ଜିତ ମିଶ୍ର, ଅଜିତ ମହାନ୍ତି, ସନ୍ତୋଷ ବରାଳ, ସଞ୍ଜୟ, ପିଣ୍ଟୁ, ଶକ୍ତି, ଅକ୍ଷୟ, ସୋମନାଥ ଗୋଛିକାର, ପ୍ରଦୀପ, ସୁଜିତ ପ୍ରମୁଖ କଳାବ୍ୟାଚ ପରିଧାନ କରି ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦେଶ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ଏକ ଦାବୀପତ୍ର IG ନୃସିଂହ ଭୋଳ ଙ୍କୁ ପ୍ରଦାନ
କରିଛନ୍ତି ।