
ୱାଲଡ଼ ହେଲଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ର ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |
ଏହି ବାଲୁକା କଳା ରେ ସୁସ୍ଥ ରହିବାର ସଚେତନତା ଭିର୍ତ୍ତିକ ବାର୍ତ୍ତା ଦେଇଛନ୍ତି| ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ସଚେତନ କରାଇବା ସହିତ ନିଜେ ସୁସ୍ଥ ରହି ସୁସ୍ଥ ସମାଜ ଗଠନ କରିବା ର ଆହ୍ୱାନ ଦେଇଛନ୍ତି |
ଏହି ବାଲୁକା କଳା ରେ ଗୋଟେ ସୁନ୍ଦର ସୁସ୍ଥ ପରିବେଶ ର ଦୃଶ୍ୟ ଦେଖାଇବା ସହିତ ଜନସମାଜ ସଠିକ ସମୟରେ ସଜାଗ ହୋଇ ସୁସ୍ଥ ଜୀବନ ଶୈଳୀ ଗଠନ କରିପାରୁଛି ତାହା ଅତିସୁନ୍ଦର ଭାବରେ ବାଲୁକାରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |
ଏହି ବାଲୁକା କଳା ଟି 18 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15 ଟନ ବାଲି ଉପଯୋଗ କରାଯାଇଛି | ଏହି ବାଲୁକା କଳା କୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା |
ଏହି ବାଲୁକା କଳା ରେ “World Health Day” ଏବଂ your Health is in your Hands ” ର ବାର୍ତ୍ତା ଦେଇଛନ୍ତି