-
ଦ୍ବାରା ସାମୁହିକ ଶପଥ ପାଠ,
-
କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀଜିଲ୍ଲା ରେ ଥିବା ୧୨ ଟି ଯାକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ,ଜିଲ୍ଲା ରେ ଥିବା ମିଶନ ଶକ୍ତି ମହାସଂଘର ସଦସ୍ୟ ମାନେ ଶିଶୁ ସୁରକ୍ଷା ରେ ବ୍ରତୀ ରହି ନିଜ ଅଂଚଳରେ ଶିଶୁ ମାନଙ୍କର ସୁରକ୍ଷା ଓ ସର୍ବୋତ୍ତମ ସ୍ୱାର୍ଥ ପୁରାଣ ଦିଗରେ ପ୍ରୟାଶ କରିବା ସହିତ ସେମାନଙ୍କର ଅଂଚଳରେ ଶିଶୁ ମାନଙ୍କରଅଧିକାରର ସୁରକ୍ଷା ଓ ସର୍ବୋତ୍ତମ
ସ୍ୱାର୍ଥ ପୁରଣ ଦିଗରେ ଯଥା ସାଧ୍ୟ୍ୟ ପ୍ରୟାଶ କରିବା ସହିତ ସେମାନଙ୍କର ଅଂଚଳରେ ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଯୌନ ଅତ୍ୟାଚାର ରୋକିବା ଦିଗରେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ |
ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ରେ ଥିବା ଦୁଇ ଲକ୍ଷରୁ ଉର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଂଶ ଗ୍ରହଣ କରି ଶିଶୁ ମାନଙ୍କର ଅଧିକାର ର ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ସାମୁହିକ ଶପଥ ପାଠ କରିଥିଲେ |
ଜିଲ୍ଲା ସମାଜ ମଙ୍ଗଳ ଅଧ୍ୟକାରିଣୀ ପୁଷ୍ପାଞ୍ଜଳି ମହାପାତ୍ର , ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ବିଜୟ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରାକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ , ଜିଲ୍ଲା ବାଲ୍ୟ ବିବାହ ନିରୋଧୀ ସଂଯୋଜିକା ସୁମିତ ରାଣୀ ଘୋଷ , ଜିଲ୍ଲାରେ ଥିବା ସମସ୍ତ ଶିଶୁ ମଙ୍ଗଳ ପ୍ରକଳ୍ପ ଅଧିକାରୀ , ଇଛା ମିଶନ ଶକ୍ତି ସଯୋଜୀକା ଆରତୀ ସାହୁ ଓ ଶୁଭାକାଂତ ଦାସ ପ୍ରମୁଖ କାର୍ଯ୍ୟ କ୍ରମ ସଂଯୋଜନା କରିଥିଲେ |