
ବଲାଙ୍ଗୀର,ବଲାଙ୍ଗୀର ବନ ବିଭାଗ ବଲାଙ୍ଗୀର ରେଞ୍ଜ ଓ ରାଜ୍ୟ ଟାସ୍କ ଫୋର୍ସ ଭୁବନେଶ୍ବର ମିଳିତ ଭବରେ ଚୋରୀ ରେ ରପ୍ତାନି କରିବା ପାଇଁ ରଖାଯାଇଥିବା ଏକ ବଜ୍ରକାପ୍ତା ଗତ ୬ ତାରିଖ ରାତି ୯.୩୦ ବେଳେ ଆଟଗାଁ ଅଏଲା ପାଲି ଛକ ଠାରେ ଜବତ କରିଛନ୍ତି। ଏସମ୍ପର୍କରେ ସମ୍ପୃକ୍ତ ଥିବା ଖଲିଆ ପାଳି ଗ୍ରାମର ହେମସାଗର ମହାନନ୍ଦ ଓ ଅଏଲା ପାଲି ଲଖିନ୍ଦ୍ର ନାୟକ ଙ୍କୁ ଗିରଫ କରି ବଲାଙ୍ଗିର ରେଞ୍ଜ କାର୍ଯ୍ୟାଳୟ କୁ ଅଣାଯାଇଛି ଅଧିକ ତଦନ୍ତ ପାଇଁ। ଏହି ବଜ୍ରକାପ୍ତା କୁ ସମ୍ପୂର୍ଣ୍ଣ ଡାକ୍ତରୀ ଯାଂଚ କରାଗଲା ପରେ ତାକୁ ବଣରେ ଛାଡିବା ବ୍ୟବସ୍ଥା କରାଯାଉଛି। ଏସମ୍ପର୍କରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି।