ଘଷିପୁରା, ସରକାରଙ୍କ ମନରେଗା ଯୋଜନା ଏବେ ପ୍ରହସନରେ ପରିଣତ ହେଲାଣି। ଏହି ଯୋଜନା ଏବେ ନିଜ ଲକ୍ଷ୍ୟ ଠାରୁ ଅନେକ ଦୂରରେ। ମନରେଗା ଯୋଜନା ଗ୍ରାମରେ ଥିବା ଗରିବ ଖଟିଖିଆ ଶ୍ରମିକ ମାନଙ୍କ ପେଟକୁ ଦାନା ଯୋଗାଇବା ଉଦ୍ଦେଶ୍ୟରେ କରାଯାଇଥିବା ବେଳେ ଏହି ଯୋଜନା ଏବେ ଓଲଟା ହେଉଥିବା ଦେଖିବାକୁ ମିଳୁଛି । ଏହି ଯୋଜନାରେ ମଣିଷ ନୁହେଁ ଏନେ ମେସିନ କରୁଛି କାମ। ଏହା ପୁଣି ଦିନ ଦି ପ୍ରହରରେ। ମେସିନ୍ ସାହାଯ୍ୟରେ ମନରେଗା କାମ ଚାଲିଛି। ଆନନ୍ଦପୁର ଉପଖଣ୍ଡର ଅନେକ ଗ୍ରାମରେ ଏପରି ମନରେଗା କାମ ମେସିନ୍ ସାହାଯ୍ୟରେ ହେଉଥିବା ଦେଖିବାକୁ ମିଳିଛି ।
ଏହିପରି କାମ ଚାଲିଛି ଘଷିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମରେ। ଏଠାରେ ଦିନ ଦ୍ବିପହରରେ ମେସିନ୍ ସାହାଯ୍ୟରେ ଚାଲିଛି ମନରେଗା ପୋଖରୀ ଖୋଳା। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ସରକାର ଫେରାଇ ଆଣିଥିବା ବେଳେ ସେମାନଙ୍କୁ କାମ ଦେବା ସରକାରଙ୍କ ପକ୍ଷରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତଥାପି ସରକାର ମନରେଗା ଯୋଗେ ସେଇ ଲୋକମାନଙ୍କୁ କାମ ଦେବା ନିମନ୍ତେ ବିଭିନ୍ନ ସୁଯୋଗ ସୃଷ୍ଟି କରୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ସ୍ଥିତି ଓଲଟା ଦେଖିବାକୁ ମିଳିଛି। ଧର୍ମକୁ ଆଖିଠାର ଭଳି ରାତି ଅଧରେ ମେସିନ ଯୋଗେ ଚାଲିଛି ମନରେଗା କାମ । ଏନେଇ ପ୍ରଶାସନ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି। ତେବେ ଏଠାରେ ପ୍ରଶ୍ନ ଉଠେ, ସରକାରଙ୍କ ନିୟମ ଯୋଜନା ସବୁ କାହା ଲାଗି ଉଦିଷ୍ଟ , ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମସ୍ତ ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ଜବ କାର୍ଡ ମଧ୍ୟମରେ ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କାମ ଯୋଗାଉଛନ୍ତି। କିନ୍ତୁ ଦୁଃଖର ବିଷୟ କିଛି ଠିକାଦାର ବିଭାଗୀୟ ଅଧିକାରୀ ମାନଙ୍କୁ ଆଖିଠାର ମାରି ମେସିନ୍ ସାହାଯ୍ୟରେ ଜବକାଡ଼ ସଂଗ୍ରହ କରି ମନରେଗା କାମ କରୁଥିବା ଦେଖିବାକୁ ମିଳିଛି, ଏଥିପ୍ରତି କୌଣସି ଅଫିସରମାନେ ଦୃଷ୍ଟି ଦେଉନାହାନ୍ତି, ଲୋକଙ୍କୁ ନ ଜଣାଇ ରାତି ଅଧରେ ମେସିନ ମାଧ୍ୟମରେ ଏହି କାମ କରାଯାଉଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ ଘସିପୁରା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମର କାମ ହେଲେ ଜିଓ ଟାଗ ହୁଏ। ପ୍ରକୃତରେ ଏ କାମ କିଏ କିଏ କରୁଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ମାନେ।