ଭୁବନେଶ୍ୱର – ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀ ଷ୍ଟୋରରେ ପିଆଜ ବିକ୍ରି କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ପତ୍ର ଲେଖା ଯାଇଥିବା ପରିପ୍ରେକ୍ଷୀରେ ଗୁରୁବାରଠାରୁ ଜିଲ୍ଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି ଆରମ୍ଭ କରାଯାଇଛି ।
ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ କଟକରେ ୪୯ ଟଙ୍କା ପ୍ରତି କି.ଗ୍ରା ପିଆଜ ଖାଉଟିମାନଙ୍କୁ ବିକ୍ରି କରାଯାଇଥିବାବେଳେ ଅନୁଗୋଳରେ ୫୫ଟଙ୍କା, ସମ୍ବଲପୁର ୫୨ ଟଙ୍କା, ବଲାଙ୍ଗୀର ୫୫ ଟଙ୍କା, ଝାରସୁଗୁଡ଼ା ୫୮ ଟଙ୍କା, ଖୋର୍ଦ୍ଧା ୫୦ ଟଙ୍କା, ବାରିପଦା ୫୦ ଟଙ୍କା, ଢେଙ୍କାନାଳ ୪୮ ଟଙ୍କା, ଭଦ୍ରକ ୪୮ ଟଙ୍କା, ନୂଆପଡ଼ା ୫୦ ଟଙ୍କା, ଜୟପୁର ୫୨ ଟଙ୍କା, ବ୍ରହ୍ମପୁର ୪୨ ଟଙ୍କା, ଭବାନୀପାଟଣା ୫୫ ଟଙ୍କା, ବାଲେଶ୍ୱର ୫୨ ଟଙ୍କା, କେନ୍ଦ୍ରାପଡ଼ା ୫୫ ଟଙ୍କା, କେନ୍ଦୁଝର ୫୨ ଟଙ୍କା ଏବଂ ରାୟଗଡ଼ାରେ କେଜି ପ୍ରତି ୪୩ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ।