
ଚଳିତ ମାସ 10 ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ସହିତ ଜଡ଼ିତ ଶ୍ରୀକ୍ଷେତ୍ର ର୍ ସଂସ୍କୃତିକ ଓ ପାରମ୍ପରିକ ମହାଉତ୍ସବ ସାହି ଯାତ | ବାଲି ସାହି ଆଖଡ଼ାରେ ଆଠ ସାହି ଆଖଡ଼ାର୍ ପ୍ରତିନିଧି ଏବଂ ପୋଲିସ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ|
ଏହିି କାଯ୍ୟକ୍ରମରେ 8 ସାହି ଆଖଡ଼ା ରୁ 60 ଗୋଟି ଜାଗା ଘରୁ ଯୋଗଦେବେ ଭୂ ଆସିକା ମାନେ |ବୀର୍ ବାଜା ଓ ତୁରୀ ଓ ସମରକଳାର ରେ ପୁରୀ ଉଠିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବିଭିନ୍ନ ବାଦୀ ସାହି କୁ ଯାଇ ଦେଖାଇବେ ବିଭିନ୍ନ କଳା ଓ କୌଶଳ | ଶ୍ରୀରାମ ଙ୍କ ଜନ୍ମ ଠାରୁ ରାବଣ ବଧ ପଯ୍ୟନ୍ତ ଚାଲିବ ଏହି ମହାଉତ୍ସବ |
ସାହି ଯାତ କୁ ସରସ ସୁନ୍ଦର୍ କରିବା ସହିତ ଶାନ୍ତି ଶୃଙ୍ଖଳା କରାଯିବା ତାହା ଉପରେ ସମସ୍ତ ଜାଗା ମୁରବି ମାନେ ନିଜ ନିଜ ର୍ ମନ୍ତବ୍ଯ ପ୍ରଦାନ କରିବା ସହିତ ପ୍ରଶାସନର ଗାଇଡ୍ ଲାଇନ୍ ମାନି ସମସ୍ତ କାଯ୍ୟ କରାଯିବ ବୋଲି ସୂଚନା ମିଳିଛି।
ଏହି ବୈଠକରେ ଆଠ ସାହି ଆଖଡ଼ା ର୍ ସମ୍ପାଦକ ତଳୁଛ ନୀଳକଣ୍ଠ ମହାପାତ୍ର, ଉପଜିଲ୍ଲାପାଳ ଭବ ତରଣ ସାହୁ, adsp,div dsp, IIC ଟାଉନ ଥାନା ଗୋକୁଳ ରଞ୍ଜନ ଦାସ, IIC ବିଚିତ୍ରାନନ୍ଦ ସେଠି, ମୁନିସିପାଲିଟି ଇଂ ଭଗବାନ୍ ବେଶର, ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ଅନ୍ତ ତିଆଡି, ମଣ୍ଟୁ ସିଂହାରୀ, ପୂର୍ବତନ ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ରଜତ୍ ପ୍ରତିହାରି, ଦିନୁ ବନ୍ଧୁ ପ୍ରତିହାରି, ମାଣ୍ଡି ମହାପାତ୍ର, କାବୁ ଖୁଣ୍ଟିଆ, ପୁଅ ସୁଆର, ମୋହନ ମହାପତ୍ର, ଆବାହକ ଚକ୍ର ଧର ମହାପାତ୍ର ଆଦି ବୈଠକ ରେ ଉପସ୍ଥିତ ରହିବା ସହ ବୈଠକ ଶେଷରେ ବାଲି ସାହି ଆଖଡ଼ା ର ସମ୍ପାଦକ ନରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |