ଭୁବନେଶ୍ବର, ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ କହିଛନ୍ତି ସଂପ୍ରତି ଦରଦାମ ବୃଦ୍ଧି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଧନ ଲୁଟରେ ଆଜି ସମଗ୍ର ଦେଶବାସୀ ଏକ ଘୋର ଆତଙ୍କ ଭିତରକୁ ଠେଲି ହୋଇଯାଇଛନ୍ତି । ଏଥିରୁ ଦେଶବାସୀଙ୍କୁ ମୁକ୍ତି ଦେବାପାଇଁ କଂଗ୍ରେସ ଦେଶତମାମ “ମହଙ୍ଗାଇ ମୁକ୍ତ ଭାରତ” ଅଭିଯାନର ଡାକରା ଦେଇଛି । ଗତ ମାର୍ଚ୍ଚ ୩୧ ତାରିଖରୁ ଦେଶତମାମ ଏହି ଅଭିଯାନ ଆରମ୍ଭ ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ଏ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ।
Related Stories
November 24, 2024
November 24, 2024