-
ବଜେଟ୍ ଅଧିବେଶନରେ ଢେର ଅଧିକ କାମ ହୋଇଛି , ଉତ୍ପାଦକତା ୧୨୯ ପ୍ରତିଶତ: ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ, ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ଅନିଶ୍ଚିତ କାଳ ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରାଯାଇଛି ।
ଗୁରୁବାର ଦିନ ଗୃହର ଅଧିବେଶନରେ ଲୋକସଭା ବାଚସ୍ପତି ଓମ ବିର୍ଲା ବଜେଟ ଅଧିବେଶନ ସମାପ୍ତ ହେବା ଓ ଗୃହକୁ ଅନିଶ୍ଚିତ କାଳ ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ଏହା ସହିତ ସେ ଗୃହରେ କରାଯାଇଥିବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଛନ୍ତି ।
ସେ କହିଛନ୍ତି ଯେ ଜାନୁଆରୀ ୩୧ ତାରିଖ ଦିନ ଏହି ଅଧିବେଶନ ଆରମ୍ଭ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ କେନ୍ଦ୍ରୀୟ କକ୍ଷରେ ଅଭିଭାଷଣ ଦେଇଥିଲେ । ଏହାର ଉତ୍ପାଦକତା ୧୨୯ ପ୍ରତିଶତ ରହିଥିଲା ବୋଲି ସେ କହିଛନ୍ତି ।