ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସଚିବ ଅନ୍ୟ ବରିÂ ଅଫିସରମାନଙ୍କ ସହ ଗତ ଅକ୍ଟୋବର ୧୦ ତାରିଖ ଦିନ ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ ପରିସର ମଧ୍ୟରେ ଅଧିକ ଗହଳି ଦେଖିବାକୁ ପାଇଥିଲେ । ଏହାର ପ୍ରତିକାର ସ୍ୱରୂପ ନୂତନ ଭାବେ ନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ସଦର ମହାକୁମା ହସ୍ପିଟାଲ୍ ବିଲଡିଂ ପାଇଁ ଆବଶ୍ୟକ ହେଉଥିବା ବିଦୁ୍ୟତ ସବ୍ଷ୍ଟେସନ୍ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରି ଶେଷ କରିବା ସହ ରୋଗୀମାନଙ୍କୁ ଉତମ ସେବା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ ।
ସେହି ଅନୁସାରେ ଜିଲ୍ଲା ସଦର ମହକୁମା ନୂତନ ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ଓ ୨୦୧୯ ନଭେମ୍ବର ୬ ତାରିଖଠାରୁ ନୂତନ ବିଲ୍ଡିଂରେ ରୋଗୀମାନଙ୍କ ପାଇଁ ବହିର୍ବିଭାଗ ସେବା ଆରମ୍ଭ ହୋଇଅଛି । ଅନ୍ୟ ସମସ୍ତ ଚିକିତ୍ସା ସେବା ବିଭାଗଗୁଡ଼ିକୁ ପର୍ଯ୍ୟାୟକ୍ରମେ ନୂତନ ବିଲ୍ଡିଂକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।