
କଟକ, କଟକ ମହାନଗର ନିଗମ (ସିଏମସି)ର ନବ ନିର୍ବାଚିତ ମେୟର୍ ଓ କର୍ପୋରେଟର ମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ୫ମ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂ । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ୫୯ଟି ୱାର୍ଡ଼ର କର୍ପୋରେଟର ମଧ୍ୟ ଶପଥ ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ସିଏମସିର ୫୯ ଟି ୱାର୍ଡ଼ ମଧ୍ୟରୁ ୩୮ ରେ ବିଜେଡ଼ି, ୮ଟି ରେ କଂଗ୍ରେସ, ୭ ଟିରେ ବିଜେପି ଓ ୬ଟି ଆସନରେ ସ୍ୱାଧିନ କର୍ପୋରେଟର ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।