
କଟକ, କଟକ ମହାନଗର ନିଗମ (ସିଏମସି)ର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ ମାଝି । ନିର୍ବାଚନରେ ବିଜୟ ଲାଭ କରିବା ପରେ ଦମୟନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ଉପରେ ଭରସା କରିଥିବାରୁ ପ୍ରଥମେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । କଟକ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବି । ମୁଁ ବସ୍ତିରେ ରହିଛି, କଷ୍ଟ ଓ ସମସ୍ୟାକୁ ଅତି ନିକଟରୁ ଦେଖିଛି । ତେଣୁ ଏସବୁର ସମାଧାନ କରିବାକୁ ଚେଷ୍ଟା କରିବି । ରାଜନୀତିରେ ନୂଆ କରି ପାଦ ଦେଇଛି, ଏବେ ବହୁତ କିଛି ଶିଖିବାକୁ ବାକି ଅଛି ।