-
ବିଜେଡ଼ି ପ୍ରାର୍ଥିନୀ ନିବେଦିତା ଜେନା ଅଧ୍ୟକ୍ଷ ନିର୍ବାଚିତ
ଭଦ୍ରକ, ଭଦ୍ରକ ଜିଲ୍ଲା ଧାମନଗର ଏନଏସି ନିର୍ବାଚନର ଭୋଟ୍ ଗଣତି ଶେଷ ହୋଇ ଇତିମଧ୍ୟରେ ଏହାର ଫଳାଫଳା ପ୍ରକାଶ ପାଇଛି । ଏଥିରେ ବିଜେଡ଼ି ପ୍ରାର୍ଥିନୀ ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ୧୦୪୬ ଖଣ୍ଡ ଭୋଟ୍ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏନଏସିର ମୋଟ୍ ୧୧ଟି ୱାର୍ଡ଼ରୁ ୯ଟିରେ ବିଜେଡ଼ି ଓ ଦୁଇଟିରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।
ଏହି ଏନଏସି ନିର୍ବାଚନରେ ବିଜେଡ଼ିକୁ ମୋଟ୍ ୬ ହଜାର ୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୪ ହଜାର ୯୮୦ । ସେହିପରି କଂଗ୍ରେସକୁ ୨୨୧୪ ଭୋଟ୍ ମିଳିଥିବା ବେଳେ ଆମ ଆଦମୀ ପାର୍ଟିୀକୁ ମିଳିଛି ୪୮ ଖଣ୍ଡ ଭୋଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୪ ତାରିଖରେ ୧୧ଟି ୱାର୍ଡ଼ର ୨୦ଟି ବୁଥ୍ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ୯ନଂ ୱାର୍ଡ଼ର ୧୬ ନଂ ବୁଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଥିପାଇଁ ଯେଉଁ ଅନ୍ୟ ୬ଟି ବୁଥ୍ ରେ ମଧ୍ୟ ଭଙ୍ଗାରୁଜା ହୋଇଥିଲା ସେଠାରେ ମଧ୍ୟ ଭୋଟ୍ ବାତିଲ୍ ହୋଇଥିଲା । ପରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଧାମନଗର ଏନଏସିର ୨ନଂ ୱାର୍ଡ଼ର ବୁଥ୍ ନଂ ୩, ୫ ନଂ ୱାର୍ଡ଼ର ବୁଥ ନଂ ୮ ଓ ୯, ୯ ନଂ ୱାର୍ଡ଼ର ବୁଥ୍ ନଂ ୧୬, ୧୦ ନଂ ୱାର୍ଡ଼ ବୁଥ୍ ନଂ ୧୭ ଓ ୧୮ ରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା ।