-
ସହକାରୀ ଯନ୍ତ୍ରୀଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ
ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତିକେଶ୍ଵର ରାଉଳଙ୍କ ବାସଭବନ ସମେତ ମୋଟ୍ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରୀ ରହିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଏସବୁ ସ୍ଥାନରେ ଚଢ଼ଉ କରାଯାଇଛି । ଆଜି ସକାଳ ଠାରୁ ଚଢ଼ଉ ଆରମ୍ଭ ହୋଇଛି ।
ଭୁବନେଶ୍ଵର ଭିଜିଲାନ୍ସ ସ୍ଵତନ୍ତ୍ର ଜଜ୍ ଙ୍କ ସର୍ଚ୍ଚ ୱାରେଂଟ ବଳରେ ୫ ଜଣ ଡିଏସପିଙ୍କ ନେତୃତ୍ଵରେ ୧୧ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଏହି ଚଢ଼ଉ ଚାଲିଛି । ଚଢ଼ଉ ବେଳେ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ ହୋଇଛି । ଭଞ୍ଜନଗର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ତୃଷ୍ଟି ଆପାର୍ଟମେଂଟର ଫ୍ଲାଟ ନଂ ଏ – ୭୦୩, ଭୁବନେଶ୍ୱର ଜାଗମରା, ଖଣ୍ଡଗିରି ଅଂଚଳରେ ଏକ ତିନି ମହଲା କୋଠା ସମେତ ଗଞ୍ଜାମ ଜିଲ୍ଲା ଲଙ୍ଗଳେଶ୍ଵର ସ୍ଥିତ ପୈତୃକ ବାସଭବନ ଉପରେ ଚଢ଼ଉ କରାଯାଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।