
ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ନିଗମର ୯ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ସୁଷମା ସାହୁ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସୁଷମା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିର୍ଦ୍ଦେଶ ଦେବେ, ତାକୁ ପାଳନ କରି କାମ କରିବେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।
ଚଳିତ ଥର ବିଏମସି ନିର୍ବାଚନରେ ବିଜେଡି଼ ପ୍ରାର୍ôଥନୀ ସୂର୍ଯ୍ୟକାନ୍ତି ଜେନାଙ୍କୁ ହରାଇ ଥିଲେ ସୁଷମା । ସେ ଚଳତି ପୌର ନିର୍ବାଚନରେ ବିଜେଡି ଟିକେଟ ନ ପାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୫୬୭ ଖଣ୍ଡ ଭୋଟରେ ସେ ଜିତିଥିଲେ ।