
-
ଗୋଟିଏ ଫ୍ଲାଇ ଓଭର , ୨ଟି ଫୁଟ ଓଭରବ୍ରିଜ ନିର୍ମାଣକୁ ଅନୁମୋଦନ
-
ଗଡକରୀଙ୍କୁ ଅନୁରୋଧ କରିଥିଲେ ଅପରାଜିତା
ଭୁବନେଶ୍ୱର, ଭୁବନେଶ୍ୱରର କସମୋପଲିସ୍ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଂ ରୋଡ ନିର୍ମାଣକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଅନୁମୋଦନ କରିଛନ୍ତି ।
ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଏସବୁ ପ୍ରକଳ୍ପକୁ ମନ୍ତ୍ରୀ ଅନୁମୋଦନ କରିଥିବା ଅପରାଜିତା ଟୁଇଟ କରି ସୂଚନା ଦେଇଛନ୍ତି ।