ବଲାଙ୍ଗୀର ,ପାନୀୟ ଜଳ ସଙ୍କଟ ଦୂର ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ କରାଯିବ। ଜାଗା ମିସନ ମାଧ୍ୟମରେ ଥଇଥାନ କରିବା ସହିତ ସରକାରୀ ସ୍ଥାନରେ ଉଛେଦ ଦିଗରେ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ସେ କାମ କରିବେ, ସରକାରୀ ଯୋଜନା ର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗରେ କାମକରିବା ପାଇଁ ବଲାଙ୍ଗିର ମୁନିସିପାଲଟି ର ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଦାୟିତ୍ଵ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍ସିଲର୍ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି କାଉନ୍ସିଲ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସ୍ଥାନୀୟ ମ୍ୟୁନିସିପାଲିଟିରେ ଏକ ସ୍ୱାଗତ ସମାବେଶର ଆୟୋଜନ କରାଯାଇଥିବା ବେଳେ ଏଥିରେ ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍ସିଲର୍ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ଧରୁଆ ନିର୍ବାଚିତ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ବିଧିବଦ୍ଧ ଭାବରେ ଆଜି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ଲିକା ସାହୁ । ମୁନିସିପାଲଟି ର କର୍ମଚାରୀମାନଙ୍କ ଦ୍ଵାରା ସମସ୍ତ ନିର୍ବାଚିତ ପ୍ରତିନିଧି ମାନକୁ ଫୁଲ ତୋଡ଼ା ଦେଇ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କାଉନସିଲର ସହରର ବହୁ ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦାନ କରିଥିଲେ ।