ଘଟଗାଁ, କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ମାତାରିଣୀ ଠାକୁରାଣୀଙ୍କ ମହାବିଷୁବ ପଣା ସଂକ୍ରାନ୍ତି ପର୍ବ ପାଇଁ ତାରିଣୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମା ତାରିଣୀ ଟ୍ରଷ୍ଟିର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜନ ଏହି ବୈଠକରେ ସ୍ଥାନୀୟ ବିଡିଓ, ତହସିଲଦାର, ରେଞ୍ଜର, ସିଡିପିଓ, ବିଇଓ, ଅବକାରୀ ବିଭାଗ ଅଧିକାରୀ, ଦମକଳବାହିନୀ ଅଧିକାରୀ, ଜଳ ଓ ପରିମଳବିଭାଗ ଅଧିକାରୀ ଏବଂ ଟ୍ରଷ୍ଟି ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜିବ କୁମାର ମହାପାତ୍ର, ସଭ୍ୟ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ସିଂ, ନିର୍ମଳ ମହାନ୍ତି, କ୍ଷୀରୋଦ ଦାସ, ଦୟାନିଧି ମହାନ୍ତ, ରୁଦ୍ରନାରାୟଣ ମହାନ୍ତ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ମାତାରିଣୀ ଠାକୁରାଣୀଙ୍କ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ଆଲୋଚନା କରାଯାଇଥିଲା । ମା,ଙ୍କର ପୂଜା ଅର୍ଚ୍ଚନା ପାଇଁ ମା,ଙ୍କ ମାର୍ଜନା ମଙ୍ଗଳ ଆଳତି, ସୁନାବେଶ, ମନ୍ଦିର ବେଢ଼ାରେ ଭାଗବତ ଓ ଚଣ୍ଡିପାଠ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମା,ଙ୍କ ପାଲା ମଣ୍ଡପରେ ବାଦପାଲା, ପ୍ରବଚନ, ମନ୍ଦିର ପରିସରରେ ଅନ୍ନପ୍ରସାଦ ବିତରଣ, ମନୋରଞ୍ଜନ କାର୍ଯ୍ୟକ୍ରମ, ମହାବିଷୁବ ପଣା ସଂକ୍ରାନ୍ତି ଦିନ ମା”ଙ୍କ ସୁନାବେଶ ଆଧ୍ୟାତ୍ମିକ ଧାରା ବିବରଣୀ ପିଇବା ପାଣିର ବ୍ୟବସ୍ଥା କୋଭିଡି, ଅଂଶୁଘାତ ପ୍ରତିକାର ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଦୁର୍ଘଟଣା ପାଇଁ ଦମକଳ ବାହିନୀ, ଖରା ତାପରୁ ରକ୍ଷା ପାଇଁ ତାରପୋଲିନ କପଡା ସିଲିଂ, ଶୃଙ୍ଖଳାଗତ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ବ୍ୟବସ୍ଥା, ଓଏମସି ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ପୋଲିସ ସ୍ବେଛାସେବୀ ବ୍ୟବସ୍ଥା ଆଦି ବିଶେଷ ବିବରଣୀ ସମେତ ଭକ୍ତମାନେ କିପରି ଧାଡିରେ ଯାଇ ମା”ଙ୍କ ଦର୍ଶନ କରି ପ୍ରସ୍ଥାନ କରିବେ ତାହା ସଭାପତି ଶ୍ରୀପଟ୍ଟନାୟକ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ଘଟଗାଁ ବ୍ଲକର ଲାଇନ ଡିପାର୍ଟମେଣ୍ଟ, ବୁଦ୍ଧିଜୀବି, ପ୍ରିଣ୍ଟିଂ ଓ ଇଲୋକ୍ଟୋନିକ୍ସ ଗଣମାଧ୍ୟମ ମନ୍ଦିରର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଶେଷରେ ମା”ଙ୍କ ପର୍ବ ପାଳନରେ ସହଯୋଗ ପାଇଁ ଅନୁରୋଧ କରି ଉପସ୍ଥିତ ସଦସ୍ୟଙ୍କୁ ଟ୍ରଷ୍ଟିର ବରିଷ୍ଟ ସଦସ୍ୟ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରାଯାଇଥିଲା ।