କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ପାଟରା ମଠ ପରିସରରେ ନିଖିଳ ଉତ୍କଳ ପାଟରା ସମିତି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣାଧିନ 24ବଖରା ବିଶିଷ୍ଟ ପାଟରା ଭକ୍ତ ନିବାସ କାର୍ଯ୍ୟ ଶେଷ କରାଯିବା ଲାଗି ସ୍ଥିର କରାଯିବା ସହ ନିର୍ମାଣ ଓ ସାଂଗଠନିକ କାର୍ଯ୍ୟ କୁ ତ୍ବରାନିତ୍ବ କରିବା ନିମିତ୍ତ ଚଉଦ ଗୋଟି ଚକଲାର ସ୍ବତନ୍ତ୍ର ବୈଠକ କରାଯିବା ସହ ପ୍ରତି ଥନ ସହସମ୍ବନ୍ଧ ଆଗାମୀ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ସମଗ୍ର ଓଡ଼ିଶା ର ଚଉଦ ଗୋଟି ଚକଲାର ପାଟରା ପରିବାର ବସବାସ କରୁଛନ୍ତି ଥାନ ଗଠିତ ହୋଇଛି ବା ଗଠନ ର ଉଦ୍ୟମ ରହିଛି ସେହି ଆଧାରରେ ସମିତି ର ପୂର୍ଣ୍ଣାଙ୍ଗ ଭୈଗଳିକ ମାନଚିତ୍ର ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଛି।ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ରେ ବସବାସ କରୁଥିବା ପାଟରା ପରିବାର ଙ୍କୁ ନେଇ ଦୁଇଗୋଟି ସମାବେଶ ଆଗାମୀ ଦିନରେ ଅନୁଷ୍ଠିତ ହେବା ସହ ପ୍ରତୀକାତ୍ମକ ଭାବେ ରାଜଧାନୀ ଭୁବନେଶ୍ବର ଠାରେ ଗହ୍ମା ପର୍ବ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।ସାଧାରଣ ସମ୍ପାଦକ ସଞୟ କୁମାର ପାତ୍ର ସୂଚନା ଓ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ନାଥ ଖୁଣ୍ଟିଆ ଉପସଭାପତି ମନୋଜ କୁମାର ସାହୁ ରବିନ୍ଦ୍ର ନାଥ ସେନାପତି ,କୃଷ୍ଣଚନ୍ଦ୍ର ପାତ୍ର, ଫଗୁ ଭୂଷଣ ଦାସ ଉପଦେଷ୍ଟା ନାରାୟଣ ପାତ୍ର, ମଠ ପରିଚାଳନା କମିଟି ଆବାହକ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ବିଭିନ୍ନ ଚକଲାର ଉପସ୍ଥିତ ସଭାପତି ସମ୍ପାଦକ କୋଷାଧ୍ୟକ୍ଷ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ଆଲୋଚନା ରେ ଭାଗ ନେଇ ସୁଚିନ୍ତିତ ପରାମର୍ଶ ମାନ ଦେଇ ଥିଲେ |ଶେଷରେ ଉପସଭାପତି ଆଲୋକ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 22, 2024