ବଲାଙ୍ଗୀର ,ବଲାଙ୍ଗିର ଜିଲ୍ଲା ଡିଭିଜନ ର ବନ ବିଭାଗର ଆଗୁଆ କର୍ମଚାରୀ ବିଶେଷକରି ରେଞ୍ଜ , ବନପାଳ ଓ ବନରଖି ମାନଙ୍କ ପାଇଁ ଏକ ଦୁଇଦିନିଆ ବନ ଆଇନ ତାଲିମ ଶିବିର ବଲାଙ୍ଗୀର ସ୍ଥିତ ମେଗା ନର୍ସରୀ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ଯ ନେତୃତ୍ଵ ନେଇ ସମସ୍ତ କର୍ମଚାରୀ ମାନକୁ ଆଇନ ସମ୍ପର୍କରେ ବିଶେଷ ଜ୍ଞାନ୍ ପ୍ରଦାନ ଯେପରି ସେମାନେ କାର୍ଯ୍ୟ କ୍ଷେତ୍ରରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ସଠିକ ଭବରେ କରି ପାରିବେ। ମୂଖ୍ୟତ ବିଭିନ୍ନ କାର୍ୟ କ୍ଷେତ୍ରରେ ବିଭିନ୍ନ ଜଙ୍ଗଲ ଆଇନ, ନିୟମ କାନୁନ ଉପରେ ସଠିକ ଜ୍ଞାନ୍ ଆହରଣ କରି ଅପରାଧ ରୋକିବା ଦିଗରେ କାର୍ଯ୍ୟ କ୍ଷେତ୍ରରେ ଏହାର୍ ବିନିଯୋଗ କରିବା। ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଶାରଦ ମାନକୁ ନିମନ୍ତ୍ରଣ କରାଯାଇଥିଲା। ସେମାନେ ପ୍ରତିନିଧି ମାନକୁ ପ୍ରାଞ୍ଜଳ ଭାବରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ର ରକ୍ଷା ଦିଗରେ ବିଭିନ୍ନ ଦିଗରୁ ବିଶ୍ଳେଷଣ କରି ସୁନ୍ଦର୍ ଭାବରେ ଆଇନ ର ତର୍ଜମା ଓ ବ୍ୟବହାର ଉପରେ ପ୍ରଶ୍ନ ଉତ୍ତର ବେଳ ରେ ସନ୍ଦେହ ମୋଚନ କରି ଥିଲେ। ବଲାଙ୍ଗିର ବନ ଅଧିକାରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ ଯେ ପ୍ରାକୃତିକ ସମ୍ପଦର ସୁରକ୍ଷା ବନ ଓ ପରିବେଶ ରକ୍ଷା ଦିଗରେ ସମସ୍ତ୍ ଆଇନ ଯାହା ସରକାରୀ ଆଇନ ନିୟମ କାନୁନ୍ ରେ ରହିଛି ତାକୁ ବ୍ୟବହାର କରିବାକୁ କହିଥିଲେ।
Related Stories
November 23, 2024
November 22, 2024