
ନୂଆଦିଲ୍ଲୀ, ଗତ ୮ ବର୍ଷ ମଧ୍ୟରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ନୂଆ ଉଚ୍ଚତା ହାସଲ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ମଙ୍ଗଳବାର ଦିନ ଜାତୀୟ ମାରିଟାଇମ ଦିବସ ଅବସରରେ ଟ୍ୱିଟ କରି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ – ଆଜି ନ୍ୟାସନାଲ ମାରିଟାଇମ ଡେ ଅବସରରେ ଆମେ ନିଜର ଗୌରବଶାଳୀ ସାମୁଦ୍ରିକ ଇତିହାସକୁ ମନେ ପକାଉଛନ୍ତି ଓ ଭାରତର ଆର୍ôଥକ ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ଉପରେ ଧ୍ୟାନ ଦେଉଛନ୍ତି । ଗତ ୮ ବର୍ଷ ମଧ୍ୟରେ ଆମର ସାମୁଦ୍ରିକ କ୍ଷେତ୍ର ନୂଆ ଉଚ୍ଚତା ହାସଲ କରିଛି ଓ ବ୍ୟବସାୟ ଏବଂ ବାଣିଜ୍ୟିକ ଗତିବିଧିକୁ ବଢାଇବାରେ ଯୋଗଦାନ ଦେଇଛି । ସେ ଆହୁରି କହିଛନ୍ତି ଯେ -ଗତ ୮ ବର୍ଷରେ ଭାରତ ସରକାର ବନ୍ଦରର ନେତୃତ୍ୱ ବିଶିଷ୍ଟ ବିକାଶ ଉପରେ ଧ୍ୟାନ ଦେଇଛନ୍ତି ଯେଉଁଥିରେ ବନ୍ଦର ଗୁ଼ଡିକର କ୍ଷମତାର ସଂପ୍ରସାରଣ ଓ ବର୍ତମାନର ପ୍ରଣାଳୀକୁ ଅଧିକ କୁଶଳ କରିବା ସାମିଲ ଅଛି । ଭାରତୀୟ ଉତ୍ପାଦ ଗୁଡିକୁ ନୂଆ ବଜାରରେ ପହଂଚାଇହାକୁ ସୁନିଶ୍ଚିତ କରିବାକୁ ଜଳମାର୍ଗର ବ୍ୟବହାର କରାଯାଉଛି ।
ସେ କହିଛନ୍ତି ଯେ ଆମେ ଆର୍ôଥକ ପ୍ରଗତି ପାଇଁ ସମୁଦ୍ର କ୍ଷେତ୍ରରର ଲାଭ ଉଠାଉଛନ୍ତି ଓ ଏକ ଆତ୍ମନିର୍ଭର ଭାରତର ନିର୍ମାଣ କରୁଛନ୍ତି, ଆମେ ସାମୁଦ୍ରିକ ଇକୋ ସିଷ୍ଟମ ଓ ବିବିଧତାକୁ ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ଦେଖାଶୁଣା ମଧ୍ୟ କରୁଛୁ, ଯାହା ଉପରେ ଭାରତ ଗର୍ବିତ ।