କଟକ/ଭୁବନେଶ୍ୱର, ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ୨୦୨୨/୨୩ ଶିକ୍ଷା ବର୍ଷ ନିମନ୍ତେ ଦୁଇ ଦିନିଆ ଶିକ୍ଷା ପରିଷଦ ବୈଠକ କେଶବ ଧାମ୍ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାରା ପ୍ରାନ୍ତରୁ ୧୨୩ ଜଣ କାର୍ଯ୍ୟକର୍ତା ଉପସ୍ଥିତ ରହି ଆଗାମୀ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ଓ ବିଭିନ୍ନ କାର୍ଯ୍ୟକ୍ରମର ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଶିକ୍ଷା ବିକାଶ ସମିତିର ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ ଉଦ୍ ଘାଟକ ଭାବରେ ଯୋଗ ଦେଇ ନୂତନ ଶିକ୍ଷାନୀତିକୁ ସଫଳତାରସହ କାର୍ଯ୍ୟକାରୀ କରିବାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ । ଶିକ୍ଷା ବିକାଶ ସମିତିର ପ୍ରାନ୍ତ ନିରୀକ୍ଷକ ତଥା ଶିକ୍ଷା ପରିଷଦର ପ୍ରାନ୍ତ ସଂଯୋଜକ ପ୍ରସନ୍ନ କୁମାର ବିଶ୍ୱାଳଙ୍କ ସଂଯୋଜନାରେ ସହପ୍ରାନ୍ତ ସଂଯୋଜକ ଖଗେଶ୍ୱର ଦାସ୍ ଓ ସମସ୍ତ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଓଡ଼ିଶାର ଦୁଇଜଣ ବରିଷ୍ଠ କାର୍ଯ୍ୟକର୍ତା ଗୋବିନ୍ଦ ଚନ୍ଦ୍ର ମହାନ୍ତ ବିଦ୍ୟାଭାରତୀର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଓ ଶିକ୍ଷାବିତ୍ ଡଃ ବସନ୍ତ କୁମାର ପଣ୍ଡା ଉପାଧ୍ୟକ୍ଷ ଭାବରେ ନୂତନ ଦାୟିତ୍ୱ ଗ୍ରହଣ କରିଥିବାରୁ ଶିକ୍ଷା ପରିଷଦ ତରଫରୁ ଅଭିନନ୍ଦନ ଓ ସ୍ୱାଗତ ଜ୍ଞାପନ କରାଯାଇଥିଲା ।
Related Stories
November 24, 2024
November 24, 2024