
ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ପ୍ରଚଳିତ ନୁଆ କାର୍ଯ୍ୟକ୍ରମ ” ମୋ ସରକାର “ର ସୁପରିଚାଳନା ତଥା ଉପୁଜିଥିବା ସମସ୍ୟାର ପ୍ରଶାସନିକ ତର୍ଜମା କରିବା ନେଇ 5-Tର ଉପଯୋଗୀତରେ କରାଯାଉଥିବା ସଂସ୍କାର ମୂଳକ ନିଦାନ ” ସତରଞ୍ଜି ବୈଠକ” ସାହାସପୁର ପଞ୍ଚାୟତରେ ଅୟୋଜିତ ହୋଇଅଛି। ସାହସପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ରାଉଳଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ରାଜେଶ ଦୋରା, ସମସ୍ତ ୱାର୍ଡ ସଭ୍ୟ ଅଂଶଗ୍ରହଣ କରିବା ସହ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାନଖେମୁଣ୍ଡି ଶ୍ରୀ ଗାୟତ୍ରୀ ଦତ୍ତ ନାୟକ କାର୍ଯ୍ୟକ୍ରମକୁ ଦିଶା ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ରାଉଳ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପାନୀୟଜଳ, ଖାଉଟି ବ୍ୟବସ୍ଥା ତଥା ଯୋଗାଣ ବିଭାଗ ସହିତ ଆନୁସଙ୍ଗିକ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଜନ ହିତକାରୀ ଯୋଜନାର ସଚେତନତା କରିଥିଲେ। ଭତ୍ତା ଯୋଜନା, ଖାଦ୍ୟ ସୁରକ୍ଷା, ମୋ ଆବାସ ତଥା ଜାତୀୟ ନିର୍ମିତ କର୍ମ ନିଯୁକ୍ତି ଯୋଜନା ରୂପରେଖରେ କରାଯାଉଥିବା ସହ ଉପଯୋଗୀତା ସମ୍ପର୍କରେ ସାଧାରଣରେ ସଚେତନତା କରା ଯାଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି କାଳୁ ରାଉଳ, କୈଳାସ ପାତ୍ର, P. ଯୋଗେନ୍ଦ୍ର ପାତ୍ର, ସାଧୁ ନାହାକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଉକ୍ତ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।