ଭାରତ ବିକାଶ ପରିଷଦ,ଶ୍ରୀଜଗନ୍ନାଥ ଧାମ ଶାଖା ,ପୁରୀ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି,୨ ଅପ୍ରିଲ ରେ ସ୍ଥାନୀୟ ତ୍ରିଦେଵ ଭିଲ୍ଲା ଠାରେ ରାଷ୍ଟ୍ରୀୟ ନବ ବର୍ଷ,ନବ ସମ୍ବଶ୍ଚର୍ ୨୦୭୯ ମହା ସମାରୋହରେ ସଭାପତି ମୁକ୍ତିକାନ୍ତ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭ ରେ ନୂତନ ସଭାପତି ପ୍ରଫୁଲ ଚନ୍ଦ୍ର ମିଶ୍ର ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।ସର୍ବଶ୍ରୀ ବୁଧଦେଵ ମହାପାତ୍ର,ଶରତ ଜୟ ସିଂ,ସନ୍ତୋଷ ମହାନ୍ତି,ଡ଼ଃ ନୃସିଂହ ଚରଣ ଦାସ,ଡ଼ଃ ସୁରେନ୍ଦ୍ର ନାଥ ପତି, ପ୍ରାଧ୍ୟାପକ ସୌଭାଗ୍ୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ, ରାଷ୍ଟ୍ରୀୟ ନବ ବର୍ଷ ସୃଷ୍ଟିର ପ୍ରାରମ୍ଭ ସହିତ ଜଡିତ।ବ୍ରହ୍ମା ଙ୍କ ଦ୍ଵାରା ଯେଉଁଦିନ ସୃଷ୍ଟିର ସଂରଚନା ଆରମ୍ଭ ହେଲା ସେହି ଦିନ ଠାରୁ ସମ୍ବତ ଆରମ୍ଭ ହେଲା ବୋଲି ମତ ରଖିଥିଲେ।ପାଶ୍ଚାତ୍ୟ କାଳ ଗଣନା ପଦ୍ଧତି ସହ ଭାରତୀୟ ପରିବେଶ,ସଂସ୍କୃତି,ଇତିହାସ ଓ ଭାବନାର କୌଣସି ସଂବଦ୍ଧ ନଥାଏ।ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ,ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ,ବୀର ଅର୍ଜୁନ ଙ୍କ ପୌତ୍ର ପରୀକ୍ଷିତ ମହାରାଜ ସମ୍ପୂର୍ଣ୍ଣ ସଂସାର ର ସମ୍ରାଟ ଏହି ଦିନରୁ ହୋଇଥିଲେ,କଳିଯୁଗର ୩୦୪୪ ବର୍ଷ ପରେ ଇଶା ମସିହାଙ୍କ ୫୭ ବର୍ଷ ପୂର୍ବେ ଧାର୍ମିକ ତଥା ପ୍ରତାପୀ ରାଜା ବିକ୍ରମାଦିତ୍ୟ ପ୍ରଜା ଙ୍କ ସମ୍ପୂର୍ଣ୍ଣ ଋଣ କୁ ଚୁକ୍ତି କରି ନିଜ ଉପର କୁ ନେଇ ନୂଆ ସମ୍ବତ ଆରମ୍ଭ କରିଥିଲେ ଯାହା ଆଜି ର ଗଣନା ଅନୁଯାୟୀ ବିକ୍ରମ ସମ୍ବତ ୨୦୭୯,ଯାହାକି ଉତ୍ତର ଭାରତରେ ଅଧିକ ପ୍ରଚଳିତ, ବିକ୍ରମ ସମ୍ବତ ଆରମ୍ଭର ୧୩୫ ବର୍ଷ ପରେ ରାଜା ଶାଳିବାହନ ନିଜର ସମ୍ବତ ଚୈତ୍ର ଶୁକ୍ଳ ପ୍ରତିପଦ ରୁ ଆରମ୍ଭ କରିଥିଲେ ଯାହା ଦକ୍ଷିଣ ଭାରତରେ ଅଧିକ ପ୍ରଚଳିତ| ସେହିପରି ଋତୁ ର ପରିବର୍ତ୍ତନ,ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ,ଆର୍ଥିକ ବର୍ଷ ର ପରିବର୍ତ୍ତନ,ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷ ରେ ପ୍ରାରମ୍ଭ ହେଉ ଥିବାରୁ ତଥା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନ ର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ,ବ୍ରତ,ଜନ୍ମ ଜାତକ,ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ହେଉଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଠାରୁ ଭାରତୀୟ ନବବର୍ଷ ପାଳନ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିଜୟକ୍ଷ୍ମୀ ଦାଶ ଏକ କବିତା ମାଧ୍ୟମରେ ଭାରତୀୟ ନବ ବର୍ଷ ପାଳନର ମହତ୍ୱ ଏବଂ ଚୈତ୍ର ମାସର ପ୍ରାରମ୍ଭ କୃଷ୍ଣ ପକ୍ଷ ଦେବତା ତଥା ପିତୃ ପୁରୁଷ ଙ୍କ ପାଇଁ ଉଦ୍ଧିଷ୍ଟ ଥିବାରୁ ମାନବ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶୁକ୍ଳ ପକ୍ଷରେ ନବବର୍ଷ ପାଳନ ସମ୍ପର୍କରେ ମତ ରଖିଥିଲେ। ଅବସର ପ୍ରାପ୍ତ ପ୍ରଫେସର ପ୍ୟାରୀ ମୋହନ ପଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ power point ମାଧ୍ୟମ ରେ ଆଧ୍ୟାତ୍ମିକ, ପୌରାଣିକ,ଐତିହାସିକ, ବୈଜ୍ଞାନିକ ତଥା ତାତ୍ତ୍ଵିକ ଦୃଷ୍ଟିରୁ ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବ ବର୍ଷ ପାଳନ କରିବା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ମତ ରଖିବା ସହ ,ବ୍ରହ୍ମାଙ୍କ ସୃଷ୍ଟି ର ସରଞ୍ଚନା ଠାରୁ ବର୍ତମାନ ଚାଲୁଥିବା ଶ୍ୱେତବରାହ କଳ୍ପ କୁ ୧୯୭୨୯୪୯୧୨୩ ହୋଇଥିବା ତଥା ଭାରତୀୟ ଗଣନା କାରୀ ମାନେ ୧୯୭ କୋଟି ବର୍ଷ ର କାଳଗଣନା ପଦ୍ଧତି କୁ ସୁରକ୍ଷୀତ ରଖିବା ପାଇଁ ସେକେଣ୍ଡ ର ଅତି ସୁକ୍ଷ୍ମାତି ସୂକ୍ଷ୍ମ ବିଭାଜନ ଠାରୁ ଆରମ୍ଭ କରି ଯୁଗ,ମହାଯୁଗ,ମନୁ,କଳ୍ପ ଭଳି ବିଶାଳ ଗାଣିତିକ ସଙ୍କେତ କୁ ବ୍ୟବହାର କରି ଯୁଗ ମାଧ୍ୟମରେ ଭାରତୀୟ ମାନେ ପ୍ରଥମେ କାଳ ଗଣନା ର ପଦ୍ଧତ୍ତି ଆରମ୍ଭ କରି,କଳି ଯୁଗର ବୟସ ୪୩୨୦୦୦ ବର୍ଷ,ଦ୍ଵାପର ଯୁଗ କଳି ର ତିନିଗୁଣ ଅର୍ଥାତ ୮୬୪୦୦୦ ବର୍ଷ,ତ୍ରେତୟା କଳି ର ତିନିଗୁଣ ଅର୍ଥାତ ୧୨୯୬୦୦୦ ବର୍ଷ,ସତ୍ୟ କଳି ର ୪ ଗୁଣ ଅର୍ଥାତ ୧୭୨୮୦୦୦ ବର୍ଷ,ଚାରିଯୁଗ ସମାହାରରେ ଏକ ମହାଯୁଗ ଏବଂ ୧୦୦୦ ମହାଯୁଗର ସମା ହାରରେ ଏକ କଳ୍ପ ବୋଲି ଭାରତୀୟ ଗଣନାକାରୀ ମାନେ ଗଣନା କରି ସତ୍ୟ,ତ୍ରେତୟା,ଦ୍ଵାପର ପରେ ମହାକାଳ ଚୈତ୍ର ଶୁକ୍ଳ ପ୍ରତିପଦା( ୨ ଅପ୍ରିଲ ୨୦୨୨ )ଦିନ ବୈବଶ୍ୱତ ମନ୍ଵନ୍ତର କଳିଯୁଗର ୫୧୨୪ ବର୍ଷ ରେ ପ୍ରବେଶ କରିବା ସମ୍ପର୍କରେ ମତ ରଖିଥିଲେ।
ଭାରତ ବିକାଶ ପରିଷଦ ର ରାଷ୍ଟ୍ରୀୟ ମହାସଚିବ (ପୂର୍ଵକ୍ଷେତ୍ର ) ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳ ଗଣନା ର ପଦ୍ଧତି କୁ ପ୍ରାରମ୍ଭ କରି ଦୀର୍ଘ ୧୯୭ କୋଟି ବର୍ଷ ଧରି ସୁରକ୍ଷିତ ରଖି ସାରା ପୃଥିବୀ କୁ ନିର୍ଭୁଲ ଗଣନା ର ସୂଚନା ଦେଉଥିବା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ଭାରତୀୟ ମାନେ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଭାରତୀୟ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ ନୂତନ ରାଷ୍ଟ୍ରିୟ ମହାସଚିବ ( ପୂର୍ବ କ୍ଷେତ୍ର) ଦାୟିତ୍ୱ ଗ୍ରହଣ କରିଥିବାରୁ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ରଥଙ୍କ ଦ୍ୱାରା ଶ୍ରୀଯୁକ୍ତ ଖୁଣ୍ଟିଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭା ପ୍ରାରମ୍ଭରେ ବନ୍ଦେ ମାତରଂ ,ଶେଷ ରେ ଜାତୀୟ ସଙ୍ଗୀତ ଜନ ଗଣ ମନ ଏବଂ ପରିଶେଷରେ ସମୂହ ହନୁମାନ ଚାଳିଶା ପାଠ କରାଯାଇଥିଲା।
ପରିଶେଷରେ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀମତୀ ସୁପ୍ରିତି ରଥ,ମୋନାଲିସା ପଟ୍ଟନାୟକ,ମୀରା ମହାରଣା,ମମତା ପାତ୍ର,ରାମ ଚନ୍ଦ୍ର ଦଳାଇ,ଜଗଦୀଶ ଆଚାର୍ଯ୍ୟ,ଲାଲା ଅନନ୍ତ କୁମାର ସିଂ,ସୌମେନ୍ଦ୍ର ଦାସ ,ଗଣେଶ୍ୱର ମହାସୁଆର,ଗୌରାଙ୍ଗ ପ୍ରସନ୍ନ ମିଶ୍ର,କିଶୋର ପାତ୍ର,ହରିହର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Related Stories
November 23, 2024