
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦେଶରେ କ୍ରମାଗତ ଭାବେ ତେଲ ଓ ରନ୍ଧନ ଗ୍ୟାସ ଦର ବଢୁଛି | ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବଢିବା ଯୋଗୁଁ ଖାଉଟି ଙ୍କ ଅଣ୍ଟା ଭାଙ୍ଗିଦେଲେଣି ସରକାର |ପୁଞ୍ଜିପତି ଙ୍କୁ ଟିକସ ଛାଡି ଆମ ଜନତା ଙ୍କ ଉପରେ ଟିକସ ଲଦିଲେ ସରକାର | ଆଜିଠୁ 800 ଔଷଧ ଉପରେ 10%ଟିକସ ବଢିଲା | ବସ ଭଡା ଓ ଟୋଲ ଟିକସ ବଢିଲା ଏଇ କଣ ମୋଦୀ ଙ୍କ ଆଛେଦିନ | ଗୋଟେ ଲିଟର ପେଟ୍ରୋଲ ରେ କେନ୍ଦ୍ର ଓ ରାଜ୍ୟ ସରକାର 60ଟଙ୍କା ଟିକସ ମିଳିମିଶି ନେଉଛନ୍ତି | ରନ୍ଧନ ଗ୍ୟାସ 1000ପାର, ଆଉ ସବସିଡି ନାହିଁ |ଖାଉଟି ସାମଗ୍ରୀ ଉପରେ ଆଜିଠୁ 25%ଟିକସ ବଢିଲା,ରୋଷେଇ ଘର ଠୁ ସଡ଼କ ପର୍ଯ୍ୟନ୍ତ ଲୋକେ ଶୋଷଣ ର ଶିକାର ହେଉଛନ୍ତି |ଏହା ବିରୁଦ୍ଧରେ ଆଜି ପୁରୀ ବଡଦାଣ୍ଡ ସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କି ସାମନାରେ CPM ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଥିଲା |ଗୋଟେ ପଟେ ରୋଜଗାର କମିଲା ବେଳେ ତୈଳ ଔଷଧ, ଖାଉଟି ସାମଗ୍ରୀ ଦର ବଢିବା ଫଳରେ ଲୋକ ଙ୍କ ଅବସ୍ଥା ଆହୁରି ଦୁର୍ବିସହ ହେଉଛି |ଏଥି ପାଇଁ ପ୍ରତିବାଦ ର ସ୍ୱର ବ୍ୟାପକ କରିବା ସହ ସରକାର ଦର ନିୟନ୍ତ୍ରଣ କରିବା କୁ ଦାବୀ କରିଛି CPM |ଏଥିରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ମନୋରଞ୍ଜନ ମହାରଣା, ସୁଶାନ୍ତ ମହାପାତ୍ର, ବିଭୁତି ରାଉତରାୟ, ରବି ପ୍ରଧାନ, ପୂର୍ଣ୍ଣ ବିଶ୍ୱାଳ, ମନୋଜ ବାରିକ, ବାହାନ ପରିଡା,ଵାପିନା ଭୋଳ, ସୁଦର୍ଶନ ମହାରଣା, ପବିତ୍ର ଓଝା,ଦେବ ସାହୁ, ପ୍ରମୁଖ ଯୋଗ ଦେଇଥିଲେ