
ଡେରାଡୁନ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସର୍ବଦା ସୁଦୂରପ୍ରସାରୀ ଯୋଜନାଗୁଡ଼ିକର ମନ୍ତ୍ର ସହିତ ଆଗକୁ ବଢ଼େ । ଏହା ହେଉଛି ସଂଗଠନର ସଫଳତାର ରହସ୍ୟ । ଏହି ପର୍ଯ୍ୟାୟରେ ଆଜି ଠାରୁ ରାଇୱାଲାସ୍ଥିତ ଅରୱାଲି ଆଶ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଏକ ବୈଠକ ଆୟୋଜିତ ହେଉଛି । ଏହି ବୈଠକରେ ସର ସଂଘ ଚାଳକ ଡକ୍ଟର ମୋହନ ଭାଗବତଙ୍କ ସମେତ ସମଗ୍ର କାର୍ଯ୍ୟନିର୍ବାହୀ କମିଟି ଉପସ୍ଥିତି ରହିବେ । ଏହି ବୈଠକରେ ସଂଘ ୨୦ ବର୍ଷ ପାଇଁ ଏହାର ଭବିଷ୍ୟତ ଭୂମିକା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବ ।
ସୋମବାର (ଏପ୍ରିଲ ୦୪) ରାଇୱାଲାର ଅରବୋଲି ଆଶ୍ରମରେ ଆରଏସଏସର ଏକ ଚିନ୍ତିନ ଶିବିର ଅୟୋଜନ କରାଯାଉଛି । ଏହି ବୈଠକ ଏପ୍ରିଲ ୧୧ ପର୍ଯ୍ୟନ୍ତ ଜାରି ରହିବ ।