● ଘରେ ବସି ଉଠାନ୍ତୁ ଓ ପାଆନ୍ତୁ ଫଟୋ ଷ୍ଟୁଡିଓ କ୍ଵାଲିଟିରେ
● ନୂଆ ମଡେଲିଂ ପାଇଁ ମାଗଣା ଫଟୋଗ୍ରାଫି
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ଏବେ ଘରେ ବସି ଆପଣ ପାଇବେ ଷ୍ଟୁଡିଓ ଫଟୋଉଠାର ମଜା। ବାଲେଶ୍ଵରରେ ଗତକାଲି ଉଦଘାଟିତ ହୋଇଯାଇଛି ଏମିତି ଏକ ଷ୍ଟୁଡିଓ। ‘ଇମେଜ୍ ବାଜାର୍ ଷ୍ଟୁଡିଓ’ ନାମରେ ବାଲେଶ୍ୱର ସହରର ମିର୍ଜାପୋଖରୀ ଠାରେ ଏହି ଷ୍ଟୁଡିଓକୁ ଫିତା କାଟି ଉଦଘାଟନ କରିଛନ୍ତି ‘ମିସ୍ ବାଲେଶ୍ଵର’ ତଥା ସମାଜସେବୀ କଳ୍ପାଶା ଅଙ୍କିତା ଶ’। ଏହି ଉଦଘାଟନୀ ସମାବେଶରେ କଳ୍ପାଶାଙ୍କ ମାଆ ରଶ୍ମି ଦାସ ମଧ୍ୟ ଉପସ୍ଥିତ ରହି ଷ୍ଟୁଡିଓର ଫାଉଣ୍ଡର୍ ତଥା ନିର୍ଦ୍ଦେଶକ ପ୍ରୀତମ ମହାରଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଯୁବପିଢ଼ି ଙ୍କ ଚାହିଦାକୁ ପୂରଣ କରିବ ବୋଲି ଆଶା ପ୍ରକଟ କରିଥିଲେ।
ଏହି ଷ୍ଟୁଡିଓ ପ୍ରତିଷ୍ଠା ପଛରେ କିଛି ନୂଆ ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିବା ବେଳେ ନିର୍ଦ୍ଦେଶକ ପ୍ରୀତମ୍ କହିଛନ୍ତି ଯେ, ଆଜିର ସମୟ ହେଉଛି ହୋମ୍ ଡିଲେଭରିର ସମୟ। ଲୋକେ ଘରେ ବସି ସବୁକଥା ଚାହୁଁଛନ୍ତି। ତେଣୁ ଆମେ ପ୍ରଥମେ ପାସପୋର୍ଟ ଫଟୋସର୍ଭିସ୍ ଘରେ ପହଞ୍ଚି ଯୋଗାଇଦେବାକୁ ସ୍ଥିର କରିଛୁ। ଏହାଛଡା ନୂଆ ଯେଉଁ ମାନେ ମଡେଲିଂ ପାଇଁ ଫଟୋଶୁଟ୍ କରିବେ, ସେମାନଙ୍କୁ ମାଗଣାରେ ସେବା ଯୋଗାଇ ଦେବୁ ବୋଲି ଭାବିଛୁ।