-
୪ ଜଣଙ୍କୁ ଜେରା
ପୁରୀ, ଶ୍ରୀମନ୍ଦିର ରୋଷଘରେ ୪୦ଟି ଚୁଲାକୁ ଦୁର୍ବୃତ ମାନେ ଭାଙ୍ଗିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ଜଣିଆ କମିଟି ପକ୍ଷରୁ ତଦନ୍ତ ଜାରୀ ରହିଛି । ପ୍ରାଥମିକ ଅନୁଧ୍ୟାନ ପରେ ଗତକାଲି ୨ ଜଣ ଓ ଆଜି ଦୁଇ ଜଣ ଏହିପରି ମୋଟ୍ ୪ ଜଣଙ୍କୁ ଜେରା କରାଯାଇଛି । ଆସନ୍ତା କାଲି ଏହି ଦୁଇ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ
ପ୍ରକାଶ ଥାଉକି, ଶନିବାର ରାତିରେ ଧୋପଖାଳ ନୀତି ପରେ କିଛି ଦୁର୍ବୃତ ରୋଷ ଘରେ ପଶି ୪୦ଟି ଚୁଲା ଭାଙ୍ଗିଥିବା ରବିବାର ସକାଳେ ସୁଆର ସେବାୟତ ମାନେ ଦେଖିବାକୁ ପାଇଥିଲେ । ଏହି ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି ।