
ମାଲକାନଗିରି, କାଲିମେଳା ଶିଶୁବିକାଶ ଯୋଜନା ତରଫରୁ ଆଜି ତାଣ୍ଡବାଇ ପଞ୍ଚାୟତ ଏମଭି ୭୯ ଠାରେ ବାଲ୍ୟ ବିବାହ ନିଷେଧ ଓ କିଶୋର କିଶୋରୀ ସଶକ୍ତିକରଣ ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ତାଣ୍ଡବାଇ ପଞ୍ଚାୟତ ସରପଞ୍ଚ ସତ୍ୟ ମାଡକାମୀ ଯୋଗଦେଇଥିଲେ ।ଏଥିସହ ସମସ୍ତ ୱାର୍ଡମେମ୍ବର, ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସୁପରଭାଇଜର ସରୋଜିନୀ ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ, ସମାଜସେବୀ ଶମ୍ଭୁ ବାଗଚି ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଙ୍ଗାଧର ଖିଲ ଶିବିରରେ ଉପସ୍ଥିତ ରହି କଲେଜ ଏବଂ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ବାଲ୍ୟବିବାହ ଉପରେ ବୁଝାଇବା ସହ ଶପଥ ପାଠ କରାଇଥିଲେ ।ଏହି ଶିବିରକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।