ମାଲକାନଗିରି, ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଓଡ଼ିଶାର ମାଲକାନଗିରି ସଂସ୍କୃତ ଶିକ୍ଷକ ସଂଘର ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ଗୋଦାବରୀଶ ଦାସ ଅଧ୍ୟକ୍ଷତା କରିଥିବାବେଳେ ସଭାକାର୍ଯ୍ୟ ପ୍ରାରମ୍ଭରେ ପଣ୍ଡିତ ଚତୁର୍ଭୁଜ ଦାଶ ବେଦଗାନ କରିଥିଲେ। ଜିଲ୍ଲାର ସଭାପତି ପଣ୍ଡିତ ମହେଶ୍ଵର ମିଶ୍ରଙ୍କ ଅକାଳ ବିୟୋଗ ଫଳରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଡଃ. କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ରାଜ୍ୟ ସଂଘର ଉପସଭାପତି ପଣ୍ଡିତ ଲମ୍ବୋଦର ଶତପଥୀ, କୋଷାଧ୍ୟକ୍ଷ ଡଃ. ବିଷ୍ଣୁ ପ୍ରସାଦ ରାଉତ, ସଂଗଠନ ସମ୍ପାଦକ ସୁକାନ୍ତ କୁମାର କର ଯୋଗଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ସସ୍କୃତ ଶିକ୍ଷକମାନଙ୍କ ସମସ୍ଯା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକ୍ରମ ଚାଲୁରହିଛି ବୋଲି ସୂଚନା ପ୍ରଦାନ କରିଥିଲେ। ବ୍ଲକ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ସମ୍ପାଦକ କରୁଣାକର ମଲିକ ଘୋଷଣା କରିଥିଲେ। ଉପଦେଷ୍ଟା ଭାବେ ନିତ୍ୟାନନ୍ଦ ପଣ୍ଡା, କରୁଣାକର ମଲିକ, ପୂର୍ଣ୍ଣଚନ୍ଦ୍ର ସାହୁ, ସଭାପତି ରସ୍ମିତା ମହାରଣା, ଉପସଭାପତି ସୁକୁମାର ଦେ,ପ୍ରଭାତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଚତୁର୍ଭୁଜ ଦାଶ, ସମ୍ପାଦକ କମଳସାଇ ମାଝି,ସହସମ୍ପାଦକ ସୁପ୍ରୀତି କର, ସୋନାଲି ଦାଶ, ସଙ୍ଗଠନ ସମ୍ପାଦକ ଶରତ କୁମାର ଦାଶ, କୋଷାଧ୍ୟକ୍ଷ ସୁକୁମାର ପଣ୍ଡା ଓ ସହ କୋଷାଧ୍ୟକ୍ଷ ବାସୁଦେବ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।